ଝୁରନ୍ତି କାଳିଆ ତୋତେ
ପ୍ରଶାନ୍ତ କୁମାର ନାଥ
ଝୁରୁଛି କାଳିଆ ଶ୍ରୀମନ୍ଦିର ତୋତେ
ଶ୍ରୀହୀନ ଦିଶୁଛି ଵାଡି
ସୁନ୍ଦର ଶରୀର ବିରୂପ ଦିଶୁଛି
ଆତ୍ମା ଯାଇଛି ତା ଛାଡ଼ି।
ରତ୍ନସିଂହାସନ ପଡ଼ି ଅଛି ଖାଲି
ଶୋଭା ତା’ର ଦିଶୁନାହିଁ
ତୋ ବିନା କାଳିଆ ତା ରୂପ ସମ୍ଭାର
ଶ୍ରୀମନ୍ଦିରେ ଆବା କାହିଁ।
ବାଇଶି ପାବଛ ହେଉଅଛି ଝୁରି
ତୁ ଆସିଲୁ ଯେଵେ ଚାଲି
ତୁ ନାହୁଁ ଯେଵେରେ ରତ୍ନସିଂହାସନେ
ତା ଜୀବନ ମାଟି ଖାଲି।
କଳ୍ପବଟ ଆଜି ପଡିଛି ଝାଉଁଳି
ତୋର ବିନା ରେ କାଳିଆ
ତୋ ବିନା ଅସ୍ତିତ୍ଵ ନାହିଁ ତା’ର କେଵେ
ରେ କଳ୍ପବଟ ମୂଳିଆ।
ଆନନ୍ଦ ବଜାରେ ନାହିଁ ତ ଆନନ୍ଦ
ଶୂନ୍ୟତା ଭରିଛି ଯେହ୍ନେ
ଝୁରି ହେଉଛି ସେ ତୋର ଅଧରକୁ
ଷାଠିଏ ପଉଟି ମନେ।
ତୋର ବିନା କିବା ସୁନ୍ଦର ଦିଶଇ
ଆନନ୍ଦ ବଜାର ହାଟ
ଚାହିଁ ରହିଅଛି କାଳିଆରେ ତୋତେ
ତୋହରି ଫେରିବା ବାଟ।
ବେଶି ତ ଝୁରନ୍ତି ଲକ୍ଷ୍ମୀ ଠାକୁରାଣୀ
ଏକାକୀ ଆସିଛ ଛାଡି
ଭାଇ ଭଉଣୀଙ୍କୁ ସାଥିରେ ନେଇଣ
ନନ୍ଦିଘୋଷେ ଆସ ଚଢ଼ି।
ତୁ ସିନା ଜାଗାରେ ବଡ଼ ଦାଣ୍ଡେ ଆସି
ହେଉଥାଉ ଭାରି ଖୁସି
ତୋ ବିନା ଏମାନେ ହେଉଛନ୍ତି ଭାଳି
କେତେ ମନ ଦୁଃଖେ ଵସି।।