ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମ,ରାମପୁର ଦୁର୍ଗା ପୂଜା: ଆଜି ବିଲ୍ଵ ବରଣ

ମ,ରାମପୁର,୧/୧୦(ମସୀହା):- କଳାହାଣ୍ଡି ଜିଲ୍ଲା ମ,ରାମପୁର ଦୁର୍ଗା ପୂଜା ଉପଲକ୍ଷେ ଆଜି ବିଲ୍ୱ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି। କର୍ତ୍ତା ଭାବେ ବାଳ ଗୋପାଳ ମିଶ୍ର ଦାୟିତ୍ବ ନିର୍ବାହ କରିଥିବା ବେଳେ ମୁଖ୍ୟ ପୂଜକ ତ୍ରିଲୋଚନ ଦାଶ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂଜା ବିଭାଗର ଶିବ ପ୍ରସାଦ ଶତପଥୀ ଓ ପ୍ରଶାନ୍ତ ସାମନ୍ତରା ଯୋଗ ଦେଇ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଵିଲ୍ଵ ବରଣ କରିଥିବା ବେଳେ ସମସ୍ତ କାର୍ଯ୍ୟକ୍ରମ କୁ ସଭାପତି ଚିରାଗ ସିଂହ ଦେଓ ଓ ସଂପାଦକ ତାପସ ମିଶ୍ର ପରିଚାଳନା କରୁଛନ୍ତି। ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପୂଜା ଆଗାମୀ ଦଶମୀ ତିଥି ପର୍ଯ୍ୟନ୍ତ ଚାଲିବ , ପ୍ରତିଦିନ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମେତ ଅନେକ ବର୍ଷ ପରେ ଚଳିତ ବର୍ଷ ଚାରିଛକ ଅପେରା ପଡିଆ ଠାରେ ବିଜୟା ଦଶମୀ ତିଥି ରେ ରାବଣ ପୋଡ଼ି ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ପ୍ରଦାନ କରା ଯାଇଛି।

ମ. ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଚାରବାହାଲ ଗ୍ରାମ ପଞ୍ଚାୟତର ବିଭିନ୍ନ ସମସ୍ୟା ନେଇ ମାଁ ମାଣ ପୁରିଆଣୀ ବିକାଶ ମଞ୍ଚ ବିଧାୟକଙ୍କୁ ଭେଟିଲେ

Sunil Chandra Nayak

ନର୍ଲା ଠାରେ ଏବିଭିପିର ତ୍ରୀରଙ୍ଗା ଶୋଭାଯାତ୍ରା

Sunil Chandra Nayak

ବୌଦ୍ଧ ବ୍ଲକ ସ୍ତରୀୟ ଅକ୍ଟୋବର ମାସର ଦ୍ଵିତୀୟ ଶିକ୍ଷା ସମୀକ୍ଷା ବୈଠକ

Sunil Chandra Nayak

Leave a Comment

error: Content is protected !!