ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଶା କର୍ମୀଙ୍କର ଦିନିକିଆ ତାଲିମ ଶିବିର

ଥୁଆମୂଳ ରାମପୁର:୧/୧୦ – (ମନିସ):- ଆଜି ୦୧/୧୦/୨୦୨୨ ତାରିଖ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବୈଠକ ଗୃହ ଠାରେ ଆଶା କର୍ମୀ ମାନଙ୍କୁ ନେଇ ସ୍ବାସ୍ଥ୍ୟ ଓ ପୋଷଣ ଉପରେ ଦିନିକିଆ ତାଲିମ ଶିବିର CARE INDIA ତରଫରୁ ଓଡିଶା ପ୍ରୋଗ୍ରାମ ମେନେଜର ଡା, ପ୍ରିୟମ୍ବଦା ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ ଥୁଆମୂଳ, ଗୋପାଳପୁର, ସିନ୍ଧିପଦର, ଥୁଆମୂଳ ରାମପୁର ଗ୍ରାମପଞ୍ଚାୟତ ର ଆଶା କର୍ମୀ ମାନେ ତାଲିମରେ ଅଂଶ ଗ୍ରହଣ କରିଥିଲେ। ଉକ୍ତ ତାଲିମ ଶିବିରରେ CARE INDIA ର CRP ଶ୍ରୀ ଲମ୍ବୋଦର ନାଏକ, ଶ୍ରୀ ଚନ୍ଦ୍ର ଶେଖର ପାତ୍ର ଶ୍ରୀ ସୁନା ମାଝୀ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ଭବାନୀପାଟଣାର ତାଲିମ ଦାତା ଶ୍ରୀ ନିରାକାର ଦାସ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଉରକେଲା ବିକାଶ ମଞ୍ଚର ଉଦବେଗ

Sunil Chandra Nayak

ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଜରୁରୀ କେନ୍ଦ୍ର ବୈଠକ

ବରାହ ଆକ୍ରମଣ ରେ ଗୁରୁତର

Leave a Comment

error: Content is protected !!