ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜାମଦାର ଚିରସ୍ରୋତା ଜୁମ୍ବାଗଳା ଜଳ ଉତ୍ସ ପ୍ରକଳ୍ପ ନିର୍ମାଣ ନେଇ ବରିଷ୍ଠ ବିଜେପି ନେତା ବିଜୁଗୋପାଲ ଏବଂ ସାମନ୍ତ ଗିରିଙ୍କ ନେତୃତ୍ୱରେ କେନ୍ଦ୍ର ଜନଶକ୍ତି ମନ୍ତ୍ରୀଙ୍କୁ ଲିଖିତ ଦାବିପତ୍ର 

ମୟୂରଭଞ୍ଜ ୦୩/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାରେ ଥିବା ଯାମଦା ବ୍ଲକ୍, ଯାମଦା ଗ୍ରାମ ପଞ୍ଚାୟତର ଯାମଦା ଓ ବେଲପଶି ଗ୍ରାମର କୃଷକ ଯୁଗୁନୀ ପାହାଡର ବିଚ୍ଛୁରିତ ଜଳରାଶୀକୁ ଆମଲାବେଡା ମଧୁପୁର ଠାରେ ଚାଷୀମାନେ ନିଜର ଉଦ୍ୟମରେ ବନ୍ଧ ବାନ୍ଧି, କେନାଲ ଯୋଗେ ନିଜ ଚାଷ ଜମିରେ ପାଣି ମଡାଇ ସୁନାର ଫସଲ ଫଳାଇ ପାରିଥିଲେ । ପରବର୍ତ୍ତି, ୧୯୮୦ ଦଶକରେ ତେଣ୍ଡରା ଗ୍ରାମ ପଞ୍ଚାୟତର ଦେଓକୁଣ୍ଡି, ମଧୁପୁର, ତେଣ୍ଡରା ଓ ଆମଲାବେଡାର କୃଷକ ଜୁମ୍ବାଗାଳା, ଚିରସ୍ରତା ଜଳଉତ୍ସ ଉପରେ ପଥର ହିଡ ପକାଇ ଆମଲାବେଡା ବନ୍ଧକୁ କେନାଲ ଯୋଗେ ପାଣି ସଂଯୋଗ କରି ଚାଷ ଜମିରେ ପାଣି ମଡାଇ ଫସଲ ଅମଳ କରିବା ପ୍ରୟାସ ତାଙ୍କର ଅଧୁରା ରହି ଯାଇଅଛି । ଏହି ଯୁମ୍ବାଗାଳା ପ୍ରକଳ୍ପକୁ ବିଭିନ୍ନ ସମୟରେ ବିଭିନ୍ନ ନେତାମନ୍ତ୍ରୀ ସ୍ଥଳ ପରିଦର୍ଶନ କରି କୁମ୍ଭୀର କାନ୍ଦଣା କାନ୍ଦିଛନ୍ତି ସିନା କେହି ସଫଳ ହୋଇ ପାରିନାହାଁନ୍ତି । ୨ ଗୋଟି ଗ୍ରାମ ପଞ୍ଚାୟତର କୃଷକ ୪୨ ବର୍ଷ ଧରି ଅନବରତ କରି ଆସୁଥିବା ପ୍ରୟାସକୁ ସାକାର କରିବା ପାଇଁ ଯାମଦା ବ୍ଲକର ଜଳ ସମ୍ପଦ ମନ୍ତ୍ରୀ ଓ ବିଧାୟକଙ୍କର ପ୍ରତିନିଧି ଯଥା ସାମନ୍ତ ଚନ୍ଦ୍ର ଶେଖର ଗିରି ଓ ବରିଷ୍ଠ ବିଜେପି ନେତା ବିଜୁଗୋପାଳ ଗୋପଙ୍କର ଏକ ପ୍ରତିନିଧି ଦଳ ଚଳିତ ସୋମବାର ଦିନ ଜଳ ସମ୍ପଦ ମନ୍ତ୍ରୀଙ୍କୁ ମୟୂରଭଞ୍ଜ ସ୍ଥିତ ନିଜ କାର୍ଯ୍ୟାଳୟରେ ସାକ୍ଷାତ କରି ପ୍ରକଳ୍ପ ନିର୍ମାଣ କଲେ ତେଣ୍ଡରା, ଯାମଦା, ପାସନା ଓ ବଡ କୁଲେଇବୀରା ଗ୍ରାମ ପଞ୍ଚାୟତର କୃଷକ ଉପକୃତ ହୋଇ ପାରିବା ସହ ୫୫୦୦ ହେକ୍ଟର ଚାଷ ଜମିରେ ଜଳସେଚନ ହୋଇପାରିବ ବୋଲି ମନ୍ତ୍ରୀଙ୍କ ଠାରେ ଲିଖିତ ଦାବିପତ୍ର ସହ ବାସ୍ତବ ଚିତ୍ର ଉପସ୍ଥାପନା କରିଥିଲେ । ମନ୍ତ୍ରୀ ବିଶେଶ୍ବର ଟୁଡୁ ଜୁମ୍ବାଗାଳା ପ୍ରକଳ୍ପ ନିର୍ମାଣରେ ସନ୍ନିହୀତ କୃଷକର ଉଦ୍ୟମ କଥା ଶୁଣି ପ୍ରଭାବିତ ହୋଇଥିଲେ ଏବଂ ଚଳିତ ମାସ ୧୮ ତାରିଖ ଦିନ ମନ୍ତ୍ରୀ ଜୁମ୍ବାଗାଳାକୁ ସରକାରୀ ଭାବେ ସ୍ଥାନ ପରିଦର୍ଶନ କରିବାକୁ ଦିନଧାର୍ଯ୍ୟ କରିଥିବା କଥା ଯାମଦା ବ୍ଲକରେ ଥିବା ମନ୍ତ୍ରୀଙ୍କର ପ୍ରତିନିଧି ସାମନ୍ତ ଚନ୍ଦ୍ରଶେଖର ଗିରି ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜଳ ଛତ୍ର ର ଶୁଭାରମ୍ଭ

Sunil Chandra Nayak

ବିଭିନ୍ନ ସ୍ଥାନରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!