ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୀଡ଼ା ଅଧିକାରୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

ଜୁନାଗଡ଼୪/୧୦(ମ ନି ସ) – ଜୁନାଗଡ଼ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ଅଧିକାରୀ ଶୁଭାଶିଶ ନାୟକ ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଜୁନାଗଡ଼ ବ୍ଯାଡମିନ୍ଟନ ଆସୋସିଏସନ ପକ୍ଷରୁ ଆୟୋଜିତ ସଭା ରେ କାର୍ଯ୍ୟକାରୀ ସଭାପତି ଶ୍ରୀ ସରୋଜ କୁମାର ପଣ୍ଡା ସଭାପତିତ୍ବ ରେ ଅତିଥି ଭାବେ ରାଜ୍ୟ ବ୍ଯାଡମିନ୍ଟନ ଆସୋସିଏସନ ସହ ସମ୍ପାଦକ ତଥା କଳାହାଣ୍ଡି ବ୍ଯାଡମିନ୍ଟନ ଆସୋସିଏସନ ର ସମ୍ପାଦକ ଶ୍ରୀ ସନ୍ଦୀପ ମିଶ୍ର, ଜୁନାଗଡ଼ ସାମ୍ବାଦିକ ସଂଘ ସଭାପତି ଶ୍ରୀ ହିମାଂଶୁ ଶେଖର ବରାଡ , ବ୍ଯାଡମିନ୍ଟନ ଆସୋସିଏସନ ସମ୍ପାଦକ ଶ୍ରୀ ସମୀର ସାହୁ ଯୋଗଦାନ କରି କ୍ରୀଡା ଅଧିକାରୀ ଶୁଭାଶିଶ ନାୟକ ଙ୍କ ଜୁନାଗଡ଼ ପ୍ରତି ଅବଦାନ ଉପରେ ଆଲୋକପାତ କରିଥିଲେ l ଶ୍ରୀ ନାୟକ ଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାରେ ଉପସଭାପତି ମାନସ ସାହୁ କୋଷାଧକ୍ଷ ରାକେଶ ବେମାଲ ଦିଲୀପ ପଣ୍ଡା ,କାଉନସିଲର ଚକ୍ର ବାଗ ଓ ସଚିନ ଅନ୍ଦାନି, ବିଜୁ ଶର୍ମା , ଦେବଦତ୍ତ ପଣ୍ଡା, ମୁକେଶ ଅଗ୍ରୱାଲ, ପପୁ ପଣ୍ଡା ,ସୁମନ ପାଣିଗ୍ରାହୀ, ତାପସ ସାହୁ, ଜଲି ପରା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

 

Related posts

କୋକସରା ବ୍ଲକ ରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ

Sunil Chandra Nayak

ଜେଇଇ-ମେନ୍‌ରେ ଶତ ପ୍ରତିଶତ ମାର୍କ ରଖିଲେ ୧୪ ଛାତ୍ରଛାତ୍ରୀ

Sunil Chandra Nayak

ତ୍ରିପତି ପ୍ରଧାନ ଙ୍କ କବିତା ଦୁଲୁକେ ମଣ୍ଡପ 

Sunil Chandra Nayak

Leave a Comment

error: Content is protected !!