ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ ଇଲେଭେନ ଟାଇଟନସ୍ କଲଚୁରାଲ କ୍ଲବ ଆନୁକୁଲ୍ୟରେ ଆନ୍ତଃ ବିଦ୍ୟାଳୟ ନୃତ୍ୟ ପ୍ରତିଯୋଗିତା

ମୟୂରଭଞ୍ଜ -୦୪/୧୦/୨୨(ମସିହା) ପବିତ୍ ତରଫରୁ ବିଦ୍ୟାଳୟ ସ୍ତରୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଆଖପାଖ ଅଂଚଳର ୧୪ ରୁ ଉର୍ଦ୍ଧ୍ବ ସରକାରୀ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିପୁଣ କଳା ନୃତ୍ୟ ପରିବେଷଣ କରିଥିଲେ । ସନସାଇନ ବିଦ୍ୟାଳୟର କୋରିଓଗ୍ରାଫର ଆସ୍କା କୁମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସେହି ଛାତ୍ରଛାତ୍ରୀମାନେ ନୃତ୍ୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଜୁନିଅର ଗ୍ରୁପ ନୃତ୍ୟରେ ସନସାଇଲ ସ୍କୁଲ ପ୍ରଥମ ଏବଂ ଦ୍ବିତୀୟ ବେଳେ ଜୁନିଅର ସୋଲୋ ଏକକ ନୃତ୍ୟରେ ପ୍ରଥମ,ଦିତୀୟ ଏବଂ ତୃତୀୟ ହୋଇଛନ୍ତି ।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଦାମ ପାହାଡ଼ ଥାନାଧିକାରୀ ଆୟୂଷକାନ୍ତ ଜେନା, ଏବଂ ବିଚାରକ ଭାବେ ସନ ସାଇନ୍ ସ୍କୁଲର ବିଦ୍ୟାଳୟର ଉପାଧ୍ୟକ୍ଷା ଆଫ୍ରିନ ବାନୋ, ସରସ୍ଵତୀ ଶିଶୁ ମନ୍ଦିର ଶିକ୍ଷକ ମୃତ୍ୟୁଞ୍ଜୟ ନାଥ, ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଲକ୍ଷ୍ମଣ କିସ୍କୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କ୍ଷୀତିଶ କୁମାର ପାତ୍ର ମଂଚ ପରିଚାଳନା କରିଥିଲେ । ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମରେ ଆକାଶ ଦାସ,,ସୌଭିକ ଦାସ,ଵୈଳେନ୍ଦ୍ର ଗିରି,ତୋଫାନ ବାରିକ,କୁଶଲ ବାନାର୍ଜୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବିଦ୍ୟାଧର ମହାନ୍ତ ଙ୍କ କବିତା ସୁମନ

Sunil Chandra Nayak

ଅନ୍ନପୂର୍ଣା ସାହୁ ଙ୍କ କବିତା ଶ୍ରଦ୍ଧାଞ୍ଜଳି

Sunil Chandra Nayak

ସବୁ କଳ୍ପନା ଜଳ୍ପନାର ହେଲା ଅନ୍ତ , ନର୍ଲାବ୍ଲକ ଅଧ୍ୟକ୍ଷା ଭାବରେ ପୁଣି ନିର୍ବାଚିତ ହେଲେ ମନୋରମା ମହାନ୍ତି

Sunil Chandra Nayak

Leave a Comment

error: Content is protected !!