ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାପ କାମୁଡ଼ାରେ ମାଁ ଝିଅ ମୃତ

 ନୂଆପଡ଼ା ଜିଲ୍ଲା ର ଧରମବନ୍ଧା ଥାନା ଅନ୍ତର୍ଗତ କେନ୍ଦୁବାହାଲ ଗାଁ ରେ ସାପ କାମୁଡ଼ାରେ ମାଁ ଓ ଝିଅ ଦୁଇ ଜଣ ପ୍ରାଣ ହରାଇଛନ୍ତି । ମୃତକ ମାଁ ନିରାଶ ଶବର ଓ ଝିଅ ସବିତା ଶବର। ଏବେ ଜିଲ୍ଲା ମୁଖ୍ୟାଳୟରେ ମୃତ ମାଁ ଓ ଝିଅଙ୍କ ଶବ ପଡି ରହିଛି । ଗତ କାଲି ରାତିରେ କେନ୍ଦୁବାହାରା ଗାଁର ଶ୍ୟାମଲାଲ ଶବରଙ୍କ ସ୍ତ୍ରୀ ନିରାଶ, ଝିଅ ସବିତା ଖାଇ ପିଇ ତଳେ ଶୋଇଥିଲେ । ରାତି ପ୍ରାୟ ୨ଟା ରେ ଏକ ବିଷାକ୍ତ ସାପ ଆସି ପ୍ରଥମେ ଝିଅ ସବିତା ଓ ପରେ ମାଁ ନିରାଶଙ୍କୁ କାମୁଡି ଥିଲା । ଏହା ଜାଣିବା ପରେ ପରିବାର ଲୋକେ ମାଁ ଓ ଝିଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ମାଁ ଓ ଝିଅଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ଉଭୟଙ୍କୁ ବୁର୍ଲା ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରିଥିଲେ । ତେବେ ଉଭୟ ମାଁ ଓ ଝିଅଙ୍କୁ ବୁର୍ଲା ନେବା ବେଳେ ବରଗଡ଼ ଜିଲ୍ଲା ପଦ୍ମପୁର ନିକଟରେ ପ୍ରଥମେ ମାଁ ଓ ପରେ ଝିଅଙ୍କ ମୃତ୍ୟୁ ହୋଇଥିଲା । ବର୍ତମାନ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଛାଲିଛି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଅନ୍ନପୂର୍ଣ୍ଣା ସାହୁ ଙ୍କ କବିତା ପବିତ୍ର ରକ୍ଷାବନ୍ଧନ

Sunil Chandra Nayak

ଟ୍ରକ ବାଇକ ଧକ୍କା ଦୁଇ ଗୁରୁତର ଆହତ

Sunil Chandra Nayak

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

Leave a Comment

error: Content is protected !!