ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଣ୍ଡେଲ ଠାରେ ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ 

ରୁପ୍ରା, ୧୧/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ମାଣ୍ଡେଲ ଉପର ପଡା ଠାରେ ତିନିଦିନ ଧରି ଭାଗବତ ପ୍ରବଚନ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଡିଗ୍ରୀ କଲେଜ୍ ର ଅଧ୍ୟାପିକା ବାସନ୍ତୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ପଦ୍ମନାଭ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ସେହିପରି ଦ୍ବିତୀୟ ଦିବସରେ ମଧୁସୂଦନ ରାଉତ ଓ ତୃତୀୟ ଦିବସରେ ମାଣ୍ଡେଲ ସରପଞ୍ଚ ପଦ୍ମଲୋଚନ ଜାଲ୍ ପ୍ରମୁଖ ଯୋଗଦାନ କରିଥିଲେ। ପ୍ରବଚିକା ସୁଶ୍ରୀ ଶୈଳବାଳା ହରିକଥା ସଂସ୍ଥାନ ଓ ବୃନ୍ଦାବନ ପ୍ରଶିକ୍ଷିକା ପ୍ରବଚନ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠିତ ସାହିତ୍ୟ ଆସର କାର୍ଯ୍ୟକ୍ରମରେ ଗୋପବନ୍ଧୁ ସାହିତ୍ୟ ଅନୁଷ୍ଠାନ ନର୍ଲା ର ସଭାପତି ମେଦିନୀଧର ଜାନୀ ଓ ସମ୍ପାଦକ ମଧୁସୂଦନ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଅଞ୍ଚଳର କବି ଅରୁଣ ପ୍ରଧାନୀ, ପିତାମ୍ବର ଗୌଡ, ଜୟ ବିଭାର, ଶରତ ଭୋଇ, ବାସନ୍ତୀ ସାହୁ, କ୍ଷୀତିଶ ମାଝୀ ଓ ନରୋତ୍ତମ କରୁଆଁ ପ୍ରମୁଖ ଯୋଗଦାନ କରି ସ୍ବରଚିତ କବିତା ପାଠ କରିଥିଲେ। ମଞ୍ଚ ଶିକ୍ଷକ ଶରତ ଭୋଇ ପରିଚାଳନା କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ତୈଳିକ ବୈଶ୍ୟ ହଳଦିଆ ସାହୁ ସମାଜର ଶତବାର୍ଷିକୀ ଉତ୍ସବ ଓ ଚଣ୍ଡୀ ସମଲାଇଙ୍କ ନବ ନିର୍ମିତ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯାଇଥିଲି ଦିନେ ଯାତରା‌ ଦେଖି 

Sunil Chandra Nayak

Leave a Comment

error: Content is protected !!