ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ର ଇଷ୍ଟଦେବୀ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ “ଲାଖମରା ଯାତ୍ରା” ଅନୁଷ୍ଠିତ

 ଭବାନୀପାଟଣା  -:  ଗତକାଲି ୩ ଅକ୍ଟୋବର ରେ କଳାହାଣ୍ଡି ର ଇଷ୍ଟଦେବୀ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ବିଜୟା ଦଶମୀରେ “ଲାଖମରା ଯାତ୍ରା” ଅନୁଷ୍ଠିତ ହୋଇଛି। ଆଜି ଅପରାହ୍ନ ସାଢେ ୩ଟାରେ ମାଆଙ୍କ ଛତ୍ର କୁ ଜେନାବାଦ୍ୟର ତାଳେ ତାଳେ ସହରର ପଶ୍ଚିମ ଉପକଣ୍ଠରେ ଥିବା ନକଟିଗୁଡା  ସ୍ଥିତ ଲଖମରା ପଡିଆକୁ ନିଆଯାଇଥିଲା। ସେଠାରେ ଏକ ଅସ୍ଥାୟୀ ମଣ୍ଡପରେ ଛତ୍ରକୁ ସ୍ଥାପନ କରି ସ୍ୱତନ୍ତ୍ର ପୂଜା ଓ ବଳି ଅର୍ପଣ ପରେ କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ ଆଳତି ଦର୍ଶନ କରିଥିଲେ। ତାପରେ ଆରମ୍ଭ ହୋଇଥିଲା ଲଖମରା ପ୍ରତିଯୋଗିତା। ଏକ ଉଚ୍ଚ ସ୍ଥାନରେ ବାଉଁଶ ରେ ବନ୍ଧା ଯାଇଥିବା ଦେବୀଙ୍କ ଲାଖ କୁ ବନ୍ଧୁକରେ ଲକ୍ଷ୍ୟ ଭେଦ କରିବା ନିମନ୍ତେ ମହାରାଜା ଙ୍କ ଉପସ୍ଥିତିରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପୂର୍ବତନ ସାଂସଦ ତଥା ରାଜପରିବାର ସଦସ୍ୟ ଅର୍କ କେଶରୀ ଦେଓଙ୍କ ପୁତ୍ର କୁମାର ଫତେ କେଶରୀ ଦେଓ ବନ୍ଧୁକରେ ଲକ୍ଷ୍ୟ ଭେଦ କରି ବିଜୟୀ ହୋଇଥିଲେ। ଲଖମରା ସରିବାପରେ ଦେବୀଙ୍କ ଛତର ଜେନାବାଦ୍ୟର ତାଳେ ତାଳେ ଶୋଭାଯାତ୍ରାରେ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ।

ସତ୍ୟ ନାରାୟଣ ମହାପାତ୍ର ଙ୍କ ରିପୋର୍ଟ 

Related posts

ଅନ୍ନପୂର୍ଣା ସାହୁ ଙ୍କ କବିତା ଶ୍ରଦ୍ଧାଞ୍ଜଳି

Sunil Chandra Nayak

ମସୀହା ପ୍ରଭାବ : କୁମ୍ଭାରୀରେ ରାସ୍ତା ସଫେଇ କାର୍ଯ୍ୟକ୍ରମ

ନୂଆପଡା ଗ୍ରାମକୁ ମିଳିଲା ରାଜସ୍ୱ ଗ୍ରାମର ମାନ୍ୟତା 

Sunil Chandra Nayak

Leave a Comment

error: Content is protected !!