ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରତାପ କିଶୋର ରାଉତ ଙ୍କ କବିତା ଜୟ ଜଗଦମ୍ବେ ମା’ 

ଜୟ ଜଗଦମ୍ବେ ମା’ 

  

   ପ୍ରତାପ କିଶୋର ରାଉତ

 
       ଜୟ ଜୟ ଜଗଦମ୍ବେ ମା’
      ତ୍ରିତାପ ହାରିଣୀ ଦୁର୍ଗେ ମା’
 ଭବ ଭୟ ନିବାରିଣୀ
                   ଅମ୍ବିକା ଦେବୀ ଶିବାନୀ
        ଅଗ୍ନି ସମ୍ଭୁତା ଭବାନୀ ମା’ ।
    ଜୟ ଜୟ ଜଗଦମ୍ବେ—–।0।
ଦୁର୍ଗତି କାଳରେ ମାଗୋ ଆସି ଅବତରୀ
ଧର୍ମ ସଂସ୍ଥାପନ କଲ ନାଶି ଦୁରାଚାରି (୨)
   ଭକତ ମୁଖରେ ହସ
                  ଭରିଲ ହୃଦେ ସାହସ
     ଏମିତି କରୁଣା ତୋର ମା’ ।
  ଜୟ ଜୟ ଜଗଦମ୍ବେ——।୧।
ଆଦ୍ୟାଶକ୍ତି ମାହେଶ୍ୱରୀ ପରମ ବୈଷ୍ଣବୀ
ସୃଷ୍ଟିର ସଙ୍କଟ କାଳେ ଆସମା’ ଭୈରବୀ (୨)
      ପ୍ରକୃତି ରଚେ ତାଣ୍ଡବ
                    ଶୁଭେ କରାଳ ଶବଦ
           ତ୍ରାହିକର ଜଗତକୁ ମା ‘ ।
        ଜୟ ଜୟ ଜଗଦମ୍ବେ ମା’
       

ତେନ୍ତୁଳିପଦୀ ,ହାଟଡ଼ିହି ,କେନ୍ଦୁଝର

   

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ମାନବାଧିକାର ଦିବସର ଭାବନା

Sunil Chandra Nayak

ବନ୍ଯା ପାଣିରେ ଫସଲ ନଷ୍ଟ , ଗାଁ ଦାଣ୍ତରେ ପାଣି, ଗଛ ପଡି ଘର ଭାଙ୍ଗିଲା, ବଢୁଛି ଦୁର୍ଦ୍ଦଶା 

Sunil Chandra Nayak

କୁନା ସେଠୀ ଙ୍କ କବିତା ହେ ସମୟ…..

Sunil Chandra Nayak

Leave a Comment

error: Content is protected !!