ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ଥାନାରେ ଦୁର୍ଗା ପୂଜା ଅନୁଷ୍ଠିତ

ଥୁଆମୂଳ ରାମପୁର:୫/୧୦- (ମନିସ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ପରିସରରେ ଆଜି ଯଥା ୫/୧୦/୨୨ ବୁଧବାର ଦିନ ଦୁର୍ଗା ପୂଜା ତଥା  ମାଁ ଭଣ୍ତାର ଘରଣୀ ଙ୍କ ପୂଜା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଧିମତେ ସକାଳୁ ଥାନାରୁ ବାହାରି ବାଦ୍ଯଯନ୍ତ୍ର ହୁଳହୁଳି ଘଣ୍ଟ ତାଳ ସହ ସ୍ଥାନୀୟ ପୋଖରୀ କୂଳରେ ପହଞ୍ଚି ପୂଜାର୍ଚ୍ଚନା ପୂର୍ବକ କଳିସୀରେ ଜଳ ଆଣି ଥାନା ଅଭିମୁଖେ ପ୍ରତ୍ଯାବର୍ତ୍ତନ କରି ବନ୍ଧାପଣା ସହକାରେ ମାଁଙ୍କ ପୀଠରେ ସ୍ଥାପନ କରି ପୂଜାର୍ଚ୍ଚନା ଓ ହୋମ କାର୍ଯ୍ଯ ଆୟୋଜନ କରାଯାଇଥିଲା। ଏଥିରେ ଥାନା ଅଧିକାରୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ମାଝୀ ପୂଜାରେ କର୍ତ୍ତା ଭାବରେ କାର୍ଯ୍ଯ ତୁଲାଇ ଥିବାବେଳେ ପୂଜକ ଶ୍ରୀ ଶରତ ଚନ୍ଦ୍ର ପୁରୋହିତ ଙ୍କ ଦ୍ବାର ପୂଜାର୍ଚ୍ଚନା ଓ ହୋମ ବିଧି ଅନୁସାରେ ସମାପନ କରାଯାଇଥିଲା। ଉକ୍ତ ପୂଜା କାର୍ଯ୍ଯ କୁ ଏସ୍ଆଇ ଶ୍ରୀ ରଶ୍ମିରଞ୍ଜନ ବାଗ ଓ ଏସ୍ଆଇ ଶ୍ରୀ ରାସବିହାରୀ ସା ସମେତ୍ ଅନ୍ଯାନ୍ଯ ପୁଲିସ ଓ ଆଇଆରବି କର୍ମଚାରୀ ମାନେ ସହଯୋଗ କରିଥିଲେ। ମାଁଙ୍କୁ ଦର୍ଶନ କରିବା ସହିତ ମାନସିକ ଧାରି ଆଖପାଖ ଗାଁ ତଥା ସ୍ଥାନୀୟ ନାରୀ ପୁରୁଷ ନାବାଳକ ସମସ୍ତଙ୍କ ସମାଗମ ହୋଇଥିଲା

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଧନମତି ଙ୍କ ପାଇଁ ଆବାସ ଯୋଜନା ସାତ ସପନ !

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Sunil Chandra Nayak

ଭାଜପା ନେତା ଙ୍କ ମହାନତା

Sunil Chandra Nayak

Leave a Comment

error: Content is protected !!