ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ନାରୀ

      ନାରୀ 

   ଦିଲ୍ଲୀପ କୁମାର ନନ୍ଦୀ 

ଅନ୍ଧକାର ପୃଥିବୀର କେନ୍ଦ୍ରବିନ୍ଦୁ
ଉପରେ ତୁମେ ଦୀପଶିଖାଟିଏ
ଏ ପୃଥି ତ କେବଳ ତୁମରି ଆଉ,
ତୁମରି ଦାନରେ ସୌନ୍ଦର୍ଯ୍ୟର
ବଗିଚାଟିଏ।।
ଏ ସାରା ସଂସାର ତ ଖାଲି ,
ତୁମରି ଦାନ ଅବଦାନ 
ତୁମେ ହିଁ ତ ସଂସାର ବଗିଚାକୁ
ସରସ ସୁନ୍ଦର କରି ଗଢ଼ି ତୋଳ
ତୁମରି କର କମଳରେ।।
ଆବାଳ ଵୃଦ୍ଧ ବନିତା,
ହେଉ ସିଏ ସୁର ଅବା ନର
ଦେବତା ଦାନବ ଅବା ହେଉକି
କିନ୍ନର ସବୁଠି ତ ତୁମରି କେବଳ
ତୁମରି କର କମଳର ସ୍ପର୍ଶ।।
ଯେଉଁଠି ତୁମେ ନାହଁ,
 ନା,
ଅଛି ସେଠି ସୃଷ୍ଟି ନା, ସୃଷ୍ଟିର
ସମ୍ଭବ ନା,
ବାସ୍ନା କି ଗନ୍ଧର ମଳୟ
ତୁମେ ପରା ନାରୀ
ଏ ସାରା ସୃଷ୍ଟିର ଆଧାର
ଆଉ ବା କଣ ରହିଗଲା ତୁମର
ଅଭାବ,
ତୁମେ କେବଳ ତୁମେ,
ସାରା ଜଗତର କେନ୍ଦ୍ର ବିନ୍ଦୁ ସମ୍ଭାବନା।।

 ଧର୍ମଶାଳା, ଯାଜପୁର 

Related posts

ଏକତା ଗୃପର ବାଳସୁଧାର ଗୃହରେ ରାକ୍ଷୀବଂଧନ

Sunil Chandra Nayak

ସନ୍ଧିକୁଲିଆରୀ ଠାରେ ଓବିସି, ଏସଟି, ଏସସି ମିଳିତ ମହାମଞ୍ଚ ର ବୁଦ୍ଧିଜୀବୀ ସମ୍ମିଳନୀ 

Sunil Chandra Nayak

କବିତା – ଶସ୍ତା ନୁହେଁ ଏ ଜୀବନ

Sunil Chandra Nayak

Leave a Comment

error: Content is protected !!