ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

କିଏ ସେ ଆସୁଛି ମନ୍ଦିର ଭିତରୁ
      ପଟୁଆର ଲମ୍ବା ଧାର
ଢଳି ଢଳି ଆସ ବାଇଶି ପାହାଚ
    ଭକ୍ତ କରଇଁ ଜୁହାର।
ଆଗକୁ ଯାଉଛି କ୍ଷଣିକ ରହୁଛି 
   ଘଣ୍ଟା କର ତାଳ ଧ୍ବନି
ଟିକିଏ ଦିଶୁଛି ଟିକିଏ ଲୁଚୁଛି
  ସେ ପରା ମୋ ବ୍ରହ୍ମ ଜ୍ଞାନି।
ଭକତ ମେଳରେ ଆସୁଛି ସାଥୀରେ
    ଆହା କି ସୁନ୍ଦର ଶୋଭା
ବରଷକୁ ଥରେ ବଡ଼ଦାଣ୍ଡ ପରେ
    ରଥେ ହୋଇଥାଏ ଉଭା।
ଦର୍ଶନ କରିଲେ ସବୁ ଭକ୍ତ ଜନ
    ନିଜକୁ ପବିତ୍ର ମଣି
ଭଜନ ଜଣାଣ ଗାନ କରୁଥିଲେ
   ପ୍ରଭୁ ମୋର ଏକ ଗୁଣି।
ସକାଳ ସନ୍ଧ୍ୟାରେ ଜପ କରୁଥିଲେ
   ପାପ ସବୁ ଯାଉ ଛାଡ଼ି
ଜଗତ ବାସୀଙ୍କୁ ମଙ୍ଗଳ ରଖନ୍ତୁ
   ମାଗୁଛି ମୁଁ ହାତ ଯୋଡ଼ି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଗାୟତ୍ରୀ ମହାଯଜ୍ଞ ର ଭୂମି ପୂଜନ

Sunil Chandra Nayak

ବୁଢାଦେଓ ଉଚ୍ଚ ବିଦ୍ୟାଳୟ ଦାବ୍ରୀ ଠାରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଦାୟ କାଳିନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ସିଫା,ଜିଲ୍ଲା ମତ୍ସ୍ଯ ବିଭାଗ ଏବଂ’ ‘ ପ୍ରଦାନ ‘ ସ୍ବେଛାସେବୀ ସଂଗଠନ ମିଳିତ ଆନୁକୂଲ୍ୟରେ ମତ୍ସ୍ୟଚାଷ ସମ୍ବନ୍ଧରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!