ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଜୟ ମାଁ ବିଜୟା

ଜୟ ମାଁ ବିଜୟା

ଶରତ ଋତୁରେ ଶାରଦୀୟ ପୀଠେ
     ଆବିର୍ଭୂତ ମାତା ଆର୍ଯ୍ୟା,
ଆହେ!ମହାମାୟୀ କଲ୍ୟାଣ ପ୍ରଦାୟୀ
     ଶାମ୍ଭବୀ ମାତା ବିଜୟା l(୧)
 ଶକ୍ତିସ୍ଵରୂପିଣୀ ମାତା ତ୍ରି-ନୟନୀ
       ଅଷ୍ଟଭୁଜା ରତ୍ନପ୍ରିୟା,
ନବରୂପମୟୀ ଭବାନୀ-ମୃଣ୍ମୟୀ
   ତୁମେ ମାତା ଶିବପ୍ରିୟା l(୨)
ହେ!ମାଁ ନାରାୟଣୀ ସୁଦୟା କାରିଣୀ
        ମହିଷାସୁର ମର୍ଦ୍ଦିନୀ,
  ଶୁମ୍ଭ-ନିଶୁମ୍ଭ ଚଣ୍ଡ-ମୁଣ୍ଡ ତାରିଣୀ
      ନମୋ ଦୁର୍ଗମ ନାଶିନୀ l(୩)
 ମଧୁ-କୈତବର ରକତବୀଜର
     ନାଶି ରଖିଲ ସଂସାର,
ଶକ୍ତିପ୍ରଦାୟିନୀ କଲ୍ୟାଣକାରିଣୀ
     ପ୍ରାଣଦାୟୀ ଏ ବିଶ୍ଵର l(୪)
ମନ୍ଦାରହାରରେ କର୍ପୂର ବାସରେ
      ଅଷ୍ଟ ଜାତି ଫୁଲ-ଫଳ,
ଶୁଦ୍ଧଚିତ୍ତେ ଷୋଳ-ଶୃଙ୍ଗାର ଯାଚିଲେ
    ଦିଅ ହେ ମାତା ସୁଫଳ l(୫)
 ନାନା ରୂପେ ମାତା ହୁଅ ଗୋ ପୂଜିତା
     କର ହେ ! ଏତେ ସୁଦୟା,
 ଶୁଣ ଭକ୍ତିସ୍ଵର ବିଶ୍ଵ ରକ୍ଷାକର
   ଜୟ *ଜୟ ମାଁ ବିଜୟା* l(୬)
    
 

 ପ୍ରିୟଦର୍ଶିନୀ ମିଶ୍ର 

ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି:- ମଣ୍ଡଳ (ବଲାଙ୍ଗୀର)

Related posts

ନବରଙ୍ଗପୁର ଇଣ୍ଟର ଡେନମିନେସନ ପାଷ୍ଟରସ ଆସୋସିଏସନ ( ନିପା )ର ୧୯ତମ ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ରାଇରଙ୍ଗପୁର ପିସିଏମ ଭଵନରେ ବିଜେପି ପଶ୍ଚିମ ମୟୂରଭଞ୍ଜ ମହିଳା ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

Leave a Comment

error: Content is protected !!