ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ପକ୍ଷରୁ ୩୦ ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ 

ବାଦ୍ ପଡିଲେ ଦଳର ୪ ବରିଷ୍ଠ ନେତା….

୩୦ଗୋଟି ସାଂଗଠନିକ ଜିଲ୍ଲା ପାଇଁ ବିଜେଡି ଘୋଷଣା କରିଛି ପର୍ଯ୍ୟବେକ୍ଷକଙ୍କ ତାଲିକା । ତେବେ ପ୍ରକାଶ ପାଇଥିବା ତାଲିକାରେ ଦଳର ଚାରି ବରିଷ୍ଠ ନେତା ବାଦ୍ ପଡିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ, କ୍ରୀଡ଼ା ଓ ଯୁବ ବ୍ୟାପାର ତଥା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, କଟକ ମେୟର ସୁବାସ ସିଂହ ଓ ପୂର୍ବତନ ବିଧାୟକ ତଥା କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ।

ତେବେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ପ୍ରଦାନ କରାଯାଇଛି। ଅରୁଣ ସାହୁଙ୍କୁ ଜଗତସିଂହପୁର, ଟୁକୁନି ସାହୁଙ୍କୁ ନୂଆପଡ଼ା ଓ ରୋହିତ ପୂଜାରୀଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ମିଳିଛି।

ଅପରପକ୍ଷରେ ଅନୁଗୁଳ ଜିଲ୍ଲା ପାଇଁ ପ୍ରଶାନ୍ତ ମୁଦୁଲି, ବାଲେଶ୍ୱର ପାଇଁ ପ୍ରତାପ କେଶରୀ ଦେବ, ବରଗଡ଼ ପାଇଁ ସୁଧୀର କୁମାର ସାମଲ, ଭଦ୍ରକ ପାଇଁ ପ୍ରଣବ ବଳବନ୍ତରାୟ, ବଲାଙ୍ଗୀର ଓ ଦେବଗଡ଼ ଜିଲ୍ଲା ଲାଗି ସୁଶାନ୍ତ ସିଂ, କଟକ ପାଇଁ ଉଷା ଦେବୀ, ଢେଙ୍କାନାଳ ଓ ଖୋର୍ଦ୍ଧା ଲାଗି ପ୍ରମିଳା ମଲ୍ଲିକ, ଗଜପତି ଓ ରାୟଗଡ଼ା ଜିଲ୍ଲା ପଇଁ ଅତନୁ ସବ୍ୟସାଚୀ ନାୟକ, ଝାରସୁଗୁଡ଼ା ଲାଗି ସାରଦା ପ୍ରସାଦ ନାୟକ, କନ୍ଧମାଳ ପାଇଁ ବିଜୟ ନାୟକ, କେନ୍ଦ୍ରାପଡ଼ା ଲାଗି ପ୍ରଫୁଲ୍ଲ କୁମାର ମଲ୍ଲିକ, ନବରଂଗପୁର ପାଇଁ ଈଶ୍ୱର ପାଣିଗ୍ରାହୀ, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲା ଲାଗି ପ୍ରଣବ ପ୍ରକାଶ ଦାସ, କୋରାପୁଟ ଓ ମାଲକାନଗିରି ପାଇଁ ଦିବ୍ୟଶଙ୍କର ମିଶ୍ର, ସମ୍ବଲପୁର ଲାଗି ନଳିନୀକାନ୍ତ ପ୍ରଧାନ, ପୁରୀ ଲାଗି ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁନ୍ଦରଗଡ଼ ଲାଗି ପ୍ରତିରଂଜନ ଘଡ଼େଇ, କଳାହାଣ୍ଡି ପାଇଁ ନବକିଶୋର ଦାସ, ଗଞ୍ଜାମ ଲାଗି ପ୍ରଦୀପ ଅମାତ, ବୌଦ୍ଧ ପାଇଁସୌଭାଗ୍ୟ ନାୟକ, ଯାଜପୁର ଲାଗି ଅଶୋକ ଚନ୍ଦ୍ର ପଣ୍ଡା ଏବଂ ନୟାଗଡ଼ ଜିଲ୍ଲା ଲାଗି ପଦ୍ମନାଭ ବେହେରାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ ଆମ୍ବେଦକର ପ୍ରତିମୂର୍ତ୍ତି ସମ୍ମୁଖରେ ସାବିତ୍ରୀ ବାଈ ଫୁଲେଙ୍କ ପରିନିର୍ବାଣ ଦିବସ ପାଳିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ଏକ୍ସ କେଡର ଶିକ୍ଷକ ସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!