ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲକ୍ଷ୍ମୀ ବଗର୍ତ୍ତି ଙ୍କ କବିତା କମଳିନୀ

    କମଳିନୀ 

ଜଳେ କମଳିନୀ ରହି ଥାଏ ତୁନି
    ମନ ମାରି ନିରବରେ
ଭାସ୍କର ପିରତି ମନେ ମନେ ଚିନ୍ତି
     ପ୍ରିତିମଗ୍ନା ହୋଇ ନୀରେ ।
ପାହିଲେ ରଜନୀ ଉଦେ ଦିନମଣି 
   ଦେଖି ଭାଙ୍ଗେ ନିରବତା 
ଭାସ୍କର କାଉଁରୀ ସ୍ପର୍ଶେ ଧିରେ ଧିରେ 
     ଖୋଲି ଦିଏ ଆଖିପତା ।।
କୋମଳ ନିର୍ମଳ ହୃଦୟଟି ତାର
    କ୍ଷଣକେ ତରଳି ଗଲା
ରବି ସ୍ପର୍ଶ ପାଇ ‌ସମ୍ମୋହିତ ହୋଇ 
    ପ୍ରେମ ପିୟୁଷ ଝରିଲା ।‌।
ରକ୍ତଜବା ଓଠେ ପ୍ରିତିର ମହ୍ଳାର
    ଭାସ୍କର ଗାଉଲେ ଗୀତି
ଲାବଣ୍ୟବତୀ ସେ ପ୍ରେମ ଅନୁରାଗେ
   ବାଢଇ ସରୋଜେ ପ୍ରିତି ।।
ପ୍ରିତି ମଧୁଝରା ପିୟୁଷ ପସରା
   ଦିବାକରେ ଢାଳି ଦେଇ  
ନଭ ମଣ୍ଡଳକୁ ଆକର୍ଷିତ କରେ
     ରସାତଳେ ପଦ୍ମ ଥାଇ ।।
ସୋରବୋର ସାତ ତାଳ ପାଣି ପୁଣି
 ସାତ ତାଳ ପଙ୍କେ ଥାଇ
ଦିବ୍ୟ ଶୋଭା ଘେନି ଛଇ କମଳିନୀ 
       ଶତଦଳ ଝଟକଇ ।।
ଉଲ୍ଲସିତ ହୋଇ ଆକାଶକୁ ଚାହେଁ 
    ଗୋଲାପି ଓଢଣି ଟାଣି
 ଗୋଲାପି ମୁହିଁ ତା ନାଲି ପଡିହୁଏ
    ପ୍ରେମସିକ୍ତା ପଦ୍ମ ରାଣୀ ।।
ସନ୍ଧ୍ୟା ହେଲା ଆସି ରବିଅସ୍ତ ରାଶି
   ହୃଦୟ ରେ ହୋଇ ଗୁଣି
ମୁହଁ ପୋତିଦେଇ ଅତି ମନ ଦୁଖେ
    ବିଷାଦେ କାଟେ ରଜନୀ ।।
ପ୍ରଭାତରେ ଫୁଟି ସଞ୍ଜରେ ମଉଳେ
    କିବା ଅଛି ମୋ ଆୟତ
ବିଧିର ବିଧାନେ ଚଳେ ଏହି ଧରା
    ନିୟମ ବନ୍ଧା ମୁଁ ତ ।।

ଲକ୍ଷ୍ମୀ ବଗର୍ତ୍ତି

ଟିଟିଲାଗଡ଼ ବଲାଙ୍ଗୀର

Related posts

ଜଙ୍ଗଲରେ ଭାଲୁ ମଣିଷ ମୁହାଁମୁହିଁ, ଭାଲୁ ସହ ତିନି ମୃତ, ଦୁଇ ଗୁରୁତର

Sunil Chandra Nayak

କାଙ୍ଗାଳୀ ଚରଣ ସେଠୀ ଙ୍କ କବିତା ଶୁଭସନ୍ଧ୍ୟା

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ପ୍ରେମ

Sunil Chandra Nayak

Leave a Comment

error: Content is protected !!