ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭେଜିଆ ଶିବ ମନ୍ଦିର ନିକଟରେ ଓଲଟିଲା ରୁନି ନାମକ ଯାତ୍ରୀ ବାହି ବସ,୪ରୁ ଅଧିକ ଆହତ

କାମାକ୍ଷାନଗର (ମ ନି ସ)୦୯/୧୦  ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ନଂ ଜାତୀୟ ରାଜପଥ ଭେଜିଆ ଶିବ ମନ୍ଦିର ନିକଟରେ ଗତକାଲି ବିଳମ୍ବିତ ରାତ୍ରିରେ ଓଲଟିଛି ରୁନି ନାମକ ଯାତ୍ରୀବାହି ବସ୍ l ଏଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଆହତ ହୋଇଥିବା ବେଳେ,୬୦ଉର୍ଦ୍ଧ ଯାତ୍ରୀ ଅଳ୍ପକେ ବର୍ତ୍ତୀ ଯାଇଛନ୍ତି ।ଆହତ ମାନଙ୍କୁ ମଣ୍ଡାପାଳ ମେଡ଼ିକାଲରେ ଚିକତ୍ସା ପାଇଁ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ ବସ୍ ଟି ରାଉରକେଲା ରୁ ଯାଜପୁର ଆଡକୁ ଯାଉଥିବା ବେଳେ କୌଣସି କାରଣ ପାଇଁ ଭେଜିଆ ଶିବ ମନ୍ଦିରରେ ନିକଟରେ ରାସ୍ତା ତଳକୁ ଓଲଟି ପଡିଥିଲା ।ଘଟଣା ସ୍ଥଳରେ ମହାବିରୋଡ଼ ଫାଣ୍ଡି ଅଧିକାରୀ ପ୍ରଦୀପ ରଞ୍ଜନ ପାତ୍ର ପହଂଚି ଅଧିକ ତଦନ୍ତ ଜାରି ରଖିଛନ୍ତି ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନଗାରୀ ଗ୍ରାମ ରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଶ୍ରାବଣୀ ଗୋ ତୁମେ

Sunil Chandra Nayak

ଓଡିଶା କ୍ଷୁଦ୍ର ଶିଳ୍ପ ନିଗମ (OSIC) 2018-19 ଆର୍ଥିକ ବର୍ଷ ର ଲାଭରୁ ରାଜ୍ୟ ସରକାରଙ୍କୁ 1,40 କୋଟି ପ୍ରଦାନ

Sunil Chandra Nayak

Leave a Comment

error: Content is protected !!