ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନନ୍ଦିନୀ ରାଉତ ଙ୍କ କବିତା ମୋ ସିଦ୍ଧାର୍ଥ ର ଜନ୍ମ ଦିନ ପାଇଁ

ମୋ ସିଦ୍ଧାର୍ଥ ର ଜନ୍ମ ଦିନ ପାଇଁ

   

 ନନ୍ଦିନୀ ରାଉତ

ଆଜି ବାପ ତୋତେ କହୁଛି ବୁଝାଇ
   ଶୁଣ ଦେଇ ତୁହି ମନ
ମୋ ରଙ୍କ ରତନ ମୋ ନୟନ ମଣି
   ତୁହି ମୋ ଜୀବନ ଧନ।1।
ସରଗ ସୁଷମା ଲବଣୀ ପିତୁଳା
   ଅଟୁ ତୁହି ସୁକୁମାର
ମାଆ ର କଲ୍ୟାଣ ଅମୃତ ଆଶିଷ
   ନେଇ ଚଳିବୁ କୁମର।2।
ସତ୍ୟ ପଥେ ସଦା ବାଟ ଚାଲୁଥିବୁ
    ନ୍ୟାୟ ହେବ ତୋ ଭୂଷଣ
ଜ୍ଞାତ ହେଉ ଅବା ଅଜ୍ଞାତ ରେ ହେଉ
   ନ ଦେବୁ କା, କୁ କଷଣ।3।
ହୃଦୟ ରେ ସଦା କରୁଣା ରଖିବୁ
   ଜୀବେ କରୁଥିବୁ ଦୟା
ଏ ଭବ ସଂସାର ଅଟଇ ଅସାର
   ଲାଗିଛି ରେ ଖାଲି ମାୟା।4।
ଦୁଃଖୀ ରଙ୍କି ଭୋକି ପ୍ରତି ଦୟାଭାବ
     ରଖିଥିବୁ ସଦା ମନେ
ଚାଟୁକାର କେବେ ହେବୁ ନାହିଁ ତୁହି
   ମିଛ ନ ଶୁଣିବୁ କାନେ।5।
ଦୁଷ୍ଟ ଜନ ଠାରୁ ଦୂରେଇ ରହିବୁ
    ସର୍ପଠାରୁ ଭୟଙ୍କର
ନିକଟେ ତାଙ୍କର କଦାପି ନ ଯିବୁ
    କରିବେ ସେ ନାରଖାର।6।
ଗୁରୁଜନେ ସଦା ପ୍ରଣିପାତ କରି
    ସେବା ଯତ୍ନ କରୁଥିବୁ
ଗୁରୁ ଦୟା କଲେ ଅସାର ସଂସାର
    ଅକ୍ଲେଶ୍ରେ ତରିଯିବୁ।7।
ଜଗତର ନାଥ କରନ୍ତୁ କଲ୍ୟାଣ
    ସୁଖେ ବିତୁ ତୋର ଦିନ
ଆଜି ଜନ୍ମଦିନେ କରୁଛି କଲ୍ୟାଣ
   ହେଉ ତୋ ଜୀବନ ଧନ୍ୟ।8।

Related posts

ପାୟେଲ ବେହେରା ହେଲେ ଫୁଲବାଣୀ ପୋୖର ଉପଧ୍ୟକ୍ଷା

Sunil Chandra Nayak

ସତ୍ୟ ରଞ୍ଜନ ସ୍ୱାଇଁ ଙ୍କ କବିତା ହୃଦୟ

ଲାଠିକଟା ବ୍ଲକସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!