ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଷ କାର୍ଯ୍ୟରୁ ବିମୁଖ ଯୁଵପିଢୀଙ୍କ ପାଇଁ ଉଦାହରଣ ସାଜିଛନ୍ତି ଉଚ୍ଚ ଶିକ୍ଷିତ ସଫଳ ଯୁବ ଧାନ ଚାଷୀ ସୁଜନ ବାବୁ ‌

 କାମାକ୍ଷନଗରର (ମ.ନି.ସ)  ଆଜିର ଯୁବପିଢ଼ି ଧୀରେ ଧୀରେ ଚାଷ ତଥା କୃଷି କାର୍ଯ୍ୟ ପ୍ରତି ବିମୁଖ ହେଉଥିବା ବେଳେ, ଗାଁ ଠାରୁ ସହର ସଵୁଠି ଗହୀର ଜମି ହେଉ କି ପଶି ଜମି ପ୍ରାୟ ସଵୁ ପଡିଆ ପଡିଥିବାବେଳେ ଏହାର ଅନନ୍ୟ ଉଦାହରଣ ସାଜିଛନ୍ତି କାମାକ୍ଷାନଗର ଏନ.ଏ.ସି ୨ନମ୍ବର ୱାର୍ଡ ମଢ଼ିସାହିର ଶ୍ରୀଯୁକ୍ତ ସୁଜନ ବିଶ୍ୱାଳ । ବିଜ୍ଞାନ ତଥା ଆଇନ ରେ ସ୍ନାତକ ତଥା ଉଚ୍ଚ ଶିକ୍ଷିତ ଯୁବକ ହୋଇ ମଧ୍ୟ ଜଣେ ଚାଷ ପ୍ରେମୀ ହିସାବରେ କାମାକ୍ଷାନଗର ଅଞ୍ଚଳରେ ସୁପରିଚତ ସହ ସଭିଙ୍କ ପ୍ରିୟଭାଜନ ହୋଇଛନ୍ତି l ନିଜର ପନ୍ଦର ଏକର ଚାଷ ଜମି କୁ ଧାନ ଚାଷ କରି ଆଜିର ଯୁବପିଢ଼ି ଙ୍କୁ ପ୍ରେରିତ କରିବା ନିମନ୍ତେ ନିଜ ହଳଲଙ୍ଗଳ ସାହାଯ୍ୟରେ ସଶ୍ୟଶ୍ୟାମଳା କରାଇ ଆଗାମୀ ପିଢ଼ି ପାଇଁ ସାଜିଛନ୍ତି ଏକ ଉତ୍କୃଷ୍ଟ ନିଦର୍ଶନ l ଏହା ସମଗ୍ର ଅଞ୍ଚଳ ପାଇଁ ତଥା ଯୁବକ ମାନଙ୍କ ପାଇଁ ଏକ ଶିକ୍ଷଣୀୟ ତଥା ସମାଜ ଉପଯୋଗୀ କାର୍ଯ୍ୟକ୍ରମ l ଆଜିର ସଭ୍ୟ ଶିକ୍ଷିତ ସମାଜ ପାଇଁ ସୁଜନ ଵାଵୁଙ୍କ ଚାଷ ଓ ମା ମାଟି ପ୍ରତି ନିଷ୍ଠା ମନୋଭାଵ ପ୍ରେରଣାଦାୟୀ ।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନନ୍ଦିନୀ ରାଉତ ଙ୍କ କବିତା ବର୍ଷା ଓ ମୁଁ

Sunil Chandra Nayak

ଜାତୀୟ ଫ୍ଳୋରେନ୍ସ୍ ନାଇଟିଙ୍ଗଲ ପୁରସ୍କାର ପାଇଁ ମନୋନୀତ ଏମକେସିଜି ମେଡିକାଲରେ କାର୍ଯ୍ୟରତ ନର୍ସ ଶିବାନୀ ଦାସ

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ମାଆ ଦୁର୍ଗା

Sunil Chandra Nayak

Leave a Comment

error: Content is protected !!