ଟେମରି -: କାହିଁ କେତେ ଯୁଗରୁ ଆମ ଭାରତ ବର୍ଷର ଗାଁ ଗଣ୍ଡାମାନଙ୍କରେ ପ୍ରାଚୀନ ପରମ୍ପରା, ସଂସ୍କୃତିରେ ବିଭିନ୍ନ ଦେବାଦେବୀ ପୂଜା ଚାଲିଆସିଛି l ସେହିପରି ଓଡିଶାର ପ୍ରାଚୀନ ପରମ୍ପରା ଅତ୍ୟନ୍ତ ନିଆରା l କଳାହାଣ୍ଡି ଜିଲ୍ଲାର କୋଣଅନୁକୋଣର ଗାଁମାନଙ୍କରେ ଦେବା ଦେବୀ ପୂଜା ଚାଲିଆସିଛି l ଯେମିତି ଆମପାଣି ବୁଢାରାଜା ପୂଜା ସେମିତି ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବୁଢା ରାଜା ପୂଜା ଚଇତ୍ର ମାସର ଶୁକ୍ଳଦଶମୀ ତିଥିରେ ପୂଜା କରାଯାଇ ଥାଏ l ସେହିପରି ଟେମରି ଗ୍ରାମ ପଂଚାୟତର କୁମ୍ଭାରୀ ଗ୍ରାମ ଏକ ବଟବୃକ୍ଷ ମୂଳତଳେ ମାଆ ବୁଢ଼ାରାଜା ମନ୍ଦିର ପୀଠସ୍ଥଳୀରେ ଗାଁ ଆରାଧ୍ୟ ଦେବତା ବୁଢାରାଜା ପୂଜା କରାଯାଇଛି l ତାପର ଦିନ ମାଆ ଠାକୁରାଣୀ ଘର ଘର ବୁଲି ମାଆଭଉଣୀମାନଙ୍କ ବନ୍ଦାପନା ସକାଶେ ଗ୍ରାମ ପରିକ୍ରମାକରି ଠାକୁରାଣୀ ଗୁଡ଼ିରେ ପୂଜା ପାଇବେ l ପ୍ରତିବର୍ଷ ପାରମ୍ପରିକ ରୀତି ନୀତି ଅନୁସାରେ ଧୂପ ଦୀପ ଜାଳି ଝଙ୍କାର ଓ ଜାନୀ ନଡ଼ିଆ,କୁକୁଡ଼ା, ପାରା ଓ ଛେଳି ମେଣ୍ଡା ବଳି ଦେଇ ନାନା ପୂଜା ବିଧି କରି ଗ୍ରାମର ମଙ୍ଗଳ କାମନା କରିବା ସହ ସୁଖରେ ରଖିବା ପାଇଁ ଗୁହାରି କରିଥାନ୍ତି l ଏଥିରେ ସନ୍ୟାସୀ ଭୋଇ, ବାସୁଦେବ ଭୋଇ, ଦେବନ ଭୋଇ,ବଇବ ସୁତ ଭୋଇ, ଯୁବରାଜ ଭୋଇ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l ମ ନି ସ
previous post