ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମ୍ଭାରୀ ଗ୍ରାମରେ ଚୈତ୍ର ପର୍ବ ପାଳିତ 

ଟେମରି -:    କାହିଁ କେତେ ଯୁଗରୁ ଆମ ଭାରତ ବର୍ଷର ଗାଁ ଗଣ୍ଡାମାନଙ୍କରେ ପ୍ରାଚୀନ ପରମ୍ପରା, ସଂସ୍କୃତିରେ ବିଭିନ୍ନ ଦେବାଦେବୀ ପୂଜା ଚାଲିଆସିଛି l ସେହିପରି ଓଡିଶାର ପ୍ରାଚୀନ ପରମ୍ପରା ଅତ୍ୟନ୍ତ ନିଆରା l କଳାହାଣ୍ଡି ଜିଲ୍ଲାର କୋଣଅନୁକୋଣର ଗାଁମାନଙ୍କରେ ଦେବା ଦେବୀ ପୂଜା ଚାଲିଆସିଛି l ଯେମିତି ଆମପାଣି ବୁଢାରାଜା ପୂଜା ସେମିତି ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ବୁଢା ରାଜା ପୂଜା ଚଇତ୍ର ମାସର ଶୁକ୍ଳଦଶମୀ ତିଥିରେ ପୂଜା କରାଯାଇ ଥାଏ l ସେହିପରି ଟେମରି ଗ୍ରାମ ପଂଚାୟତର କୁମ୍ଭାରୀ ଗ୍ରାମ ଏକ ବଟବୃକ୍ଷ ମୂଳତଳେ ମାଆ ବୁଢ଼ାରାଜା ମନ୍ଦିର ପୀଠସ୍ଥଳୀରେ ଗାଁ ଆରାଧ୍ୟ ଦେବତା ବୁଢାରାଜା ପୂଜା କରାଯାଇଛି l ତାପର ଦିନ ମାଆ ଠାକୁରାଣୀ ଘର ଘର ବୁଲି ମାଆଭଉଣୀମାନଙ୍କ ବନ୍ଦାପନା ସକାଶେ ଗ୍ରାମ ପରିକ୍ରମାକରି ଠାକୁରାଣୀ ଗୁଡ଼ିରେ ପୂଜା ପାଇବେ l ପ୍ରତିବର୍ଷ ପାରମ୍ପରିକ ରୀତି ନୀତି ଅନୁସାରେ ଧୂପ ଦୀପ ଜାଳି ଝଙ୍କାର ଓ ଜାନୀ ନଡ଼ିଆ,କୁକୁଡ଼ା, ପାରା ଓ ଛେଳି ମେଣ୍ଡା ବଳି ଦେଇ ନାନା ପୂଜା ବିଧି କରି ଗ୍ରାମର ମଙ୍ଗଳ କାମନା କରିବା ସହ ସୁଖରେ ରଖିବା ପାଇଁ ଗୁହାରି କରିଥାନ୍ତି l ଏଥିରେ ସନ୍ୟାସୀ ଭୋଇ, ବାସୁଦେବ ଭୋଇ, ଦେବନ ଭୋଇ,ବଇବ ସୁତ ଭୋଇ, ଯୁବରାଜ ଭୋଇ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ l ମ ନି ସ

Related posts

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ଦାନୀ ବୀର ହାରିଶ୍ଚନ୍ଦ୍ର ଯୋଜନା ରେ ଦୁଇ ହଜାର ଟଙ୍କା ସହାୟତା

Sunil Chandra Nayak

Leave a Comment

error: Content is protected !!