ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟ କୁମାର ମିଶ୍ର ଙ୍କ କବିତା ଘେନ ପୂଜ୍ୟ ପୂଜା

  ଘେନ ପୂଜ୍ୟ ପୂଜା

   ଜୟ କୁମାର ମିଶ୍ର 

ସଂଗ୍ରାମୀ ବୋଲି, ଯେତେ ବା ଜାଣନ୍ତି 
ଦୀନଜନ ବନ୍ଧୁ ବେଶି, 
ଉତ୍କଳର ମଣି, ଉପାଧିଟି ପୁଣି 
ଡାକନ୍ତି ହୋଇଣ ଖୁସି ll
କିଏ କହେ କବି, ଲେଖକଟି ଭାବି 
କିଏ ଦିନଦୁଃଖୀ ସାଥି, 
ସମାଜ ପ୍ରତିଷ୍ଟlତା, ଗୁରୁରେ ପୂଜ୍ୟତା 
ବନ ବିଦ୍ୟାଳୟ ସ୍ମୃତି ll
ଜାତି ସ୍ୱାଭିମାନୀ, ଭାଷା ପ୍ରେମି ଗୁଣି 
କ୍ଷlତିତ ନହେବ ଇତି, 
ସରଳ ମଣିଷ,ନିରାଡମ୍ବର ବେଶ 
ଆଜୀବନ ଚିର ସାଥି ll
ନାହିଁ ଵିଜ୍ଞାପନ, ଖାଣ୍ଟି ସ୍ଵଛ ମନ 
କରମରେ ଆଗୁସାର 
ଜାତି ଇତିହାସ, ପ୍ରବାଦ ପୁରୁଷ 
ଦୂରେ ଘେନ ନମସ୍କାର ll
ଆହେ ଗୋପବନ୍ଧୁ, ଉଦାରତା ସିନ୍ଧୁ 
ମହା ମାନବରେ ଗଣା, 
କେତେ ଶିଖାଇଚ୍ଛ, କେତେ ଯେ ଦେଇଛ
ଅକ୍ଷୟ, ଅସର ମୁଣା ll
ନାହିଁ ଅବଶୋଷ, ଉଚ୍ଚହେବା ଆଶ
ପ୍ରତ୍ୟାଶାର ହାବ ଭାବ, 
ପଦ ଓ କ୍ଷମତା, ବିଭବ ମମତା 
ମନ ତେଜି ରହିଥିବ ll
ତୁମେ ପରା ସନ୍ଥ, ପ୍ରକୃତିର ମିତ୍ର 
ତୁମେ ହିଁ ମଉଡମଣୀ, 
ଦିଏ ହେ ଆଶୀଷ, କ୍ଷମା କରି, ଦୋଷ 
ଦିଅ ସଦବୁଦ୍ଧି, ବାଣୀ ll
ସୁପ୍ତ ମନକୁ, କର ଜାଗ୍ରତ 
ସଡ଼ ରିପୁ କାଢି ନିଅ, 
ମଣିଷ ଅଛନ୍ତି ମନୁଷ୍ୟତ୍ବ ସ୍ଥିତି 
କଳୁଷିତ ପଙ୍କମୟ ll
ଜନମ ଜୟନ୍ତୀ, ଭାଳୁଅଛି ମତି 
ଭାଳିକଳି ସବୁ ରହୁ, 
କିରତୀ କଣିକା, ଦେଉ ମହାଶିକ୍ଷା 
ଜାତି ନନ୍ଦିଘୋଷ ବାହୁ ll
ଫେରୁ ଗଉରବ, ସୁପ୍ତ ସଉରବ
ଉତ୍କଳ ଜନନୀ ହସୁ, 
ଆବିଳତା ଧୋଇ, ପଵିତ୍ରତା ଥୋଇ 
ସୁକ୍ଷାତି ମହକ ଭାସୁ ll
ସବୁ ନାଟକର, ପଡ଼ୁ ଯବନିକା 
ଅସ୍ତରାଗ ହେଉ ସ୍ୱର, 
ସୁଖ ସପନର, ପ୍ରଭାତ ଭାସ୍କର 
ଉଇଁ ଘେନୁ ଅନ୍ଧକାର ll
ଏତିକି କାମନା, ଏତିକି ବାସନା 
ଭରି ଦିଅ ଗୋପବନ୍ଧୁ, 
ତୁମେ ପୂଜ୍ୟ ପୂଜା, ହୃଦୟର ରାଜା 
କର କମଳରେ ବନ୍ଦୁ ll

ଜୟ କୁମାର ମିଶ୍ର, ଗ୍ରାମ-ବୁଦୁରା 

ଡାକ-ଗୋରିବନ୍ଧା, ମାଧ୍ୟମ-କାଶୀନଗର,

ଜିଲ୍ଲା-ଗଜପତି ଓଡିଶା, 761206

Related posts

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

ନର୍ଲା ବ୍ଲକରେ ଏସ୍.ଇ.ଏମ୍ ଓ ପମ୍ପ ଅପରେଟର ମାନଙ୍କର ତାଲିମ୍ ଶିବିର ଅନୁଷ୍ଠିତ

Sunil Chandra Nayak

ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!