ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜୟନ୍ତୀ

  ଜୟନ୍ତୀ

ମାନଗୋବିନ୍ଦ ସ୍ବାଇଁ

ଯାହାର ଆଜିର ଦିନରେ ଜନମ 
    ଇତିହାସ ତା ସ୍ମରଣ
ଧୂପ ଦୀପ ଦେଇ ସ୍ମୃତି ତାଙ୍କ ପୂଜା
    କରୁଛି ଆମେ ପ୍ରଣାମ।
ଏକାଧାରେ ଥିଲେ ସେବା କବି ନେତା
      ସମାଜ ସଂସ୍କାର ବନ୍ଧୁ
ବିପଦ ଆପଦ ଠିଆ ହେଉ ଥିଲେ
      ଦରିଦ୍ର ଜନତା ବନ୍ଧୁ।
ଝୁରୁଛି ଜନତା ମାଗୁଛି ବାରତା
    ତାଙ୍କ ପରି ବନ୍ଧୁ ଜଣ
ତାଙ୍କ ଭାବ ଭକ୍ତି ସମାଜ ସମୃଦ୍ଧି
    ଉତ୍କଳ ଜନ ପ୍ରଣାମ।
ନୀତିକୁ ପାଳନ ମାନୁଛି ନିୟମ
    ତାଙ୍କ ଯଶ଼ଃ ଗୁଣ କଥା
ସମାଜ ଭିତରେ ନୀତି ସବୁ ଫେଲ
   ବଢୁଛି ସମାଜ ବ୍ୟଥା।
ଆସ ଗୋପବନ୍ଧୁ ଦିଅ ତୁମ ବାର୍ତ୍ତା
     ସମାଜ ହସି ଉଠିବ
ଉତ୍କଳର ମାଟି ପବିତ୍ର ହୋଇଛି
     ସ୍ମୃତି ସବୁ ଦିନ ଥିବ।
ଅମର ରହିଛି ତାଙ୍କ ର ରଚିତ
     ପୁସ୍ତକ ଲେଖା କବିତା
ସମାଜ ପାଉଛି ଉପକାର ଆଜି
   ତାଙ୍କ ସେବା ନିଷ୍ଠା ବାର୍ତ୍ତା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଆହୁରି ସଶକ୍ତ ହେବ ମିଶନ ଶକ୍ତି

ଅପର୍ତ୍ତି ସେଠୀ ଙ୍କ କବିତା ବର ଆସୁଛି ଦେଖ

Sunil Chandra Nayak

ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ମେରକାପଙ୍କ ଦିନିକିଆ ରାୟଗଡା ଗସ୍ତ

Sunil Chandra Nayak

Leave a Comment

error: Content is protected !!