ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଂଅଳ କାନ୍ଧ ରେ ପରିବାର ର ରୋଷେଇ ବୋଝ

ଚନ୍ଦାହାଣ୍ଡି ୯/୧୦(ମ ନି ସ)- ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନକାବେଡା ଗ୍ରାମ ର କଂଅଳ ବୟଷ ର ୭ ବର୍ଷ ର ଶିଶୁ କନ୍ୟା ଯମୁନା ମରକାମ । ବାପା ଛେଉଣ୍ଡ ହେବା ପରେ ଘରର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇ ପଡିବା ଫଳରେ ଏହି ବୟସ ରେ ଦ୍ୱି ଅକ୍ଷର ପଢିବା ପାଇଁ ସ୍କୁଲ ଯାଇ ସ୍ଲେଟ,ଖଡି ଧରିବା ହାତ ରେ ନିଜର ଭାଇ ଏବଂ ମାଁ ପାଇଁ ରୋଷେଇ ଘରେ ଚଟୁ ଧରୁ ଥିବା ଦେଖା ଦେଇଛି । ଏ ଦିଗ ରେ ପ୍ରଶାସନ ତୁରନ୍ତ ଦ୍ରୁଷ୍ଟିଦେଇ ପଦକ୍ଷେପ ନେବା କୁ ବିଭିନ୍ନ ମହଲ ରେ ଦାବୀ ହୋଇଛି । ସୁଚନା ମୁତାବିକ ଅନକାବେଡା ଗ୍ରାମ ର ଜୟସିଂ ମରକାମ ନିଜ ସ୍ତ୍ରୀ ଡାଳମତୀ ମରକାମ ପୁଅ ଯୁଗେଶ୍ୱର ମରକାମ ଏବଂ ଛୋଟ ଝିଅ ଯମୁନା ମରକାମ ସହ ଜମି ବାଡି କିଛି ନ ଥିଲେ ମଧ୍ୟ କୁଲି ମଜୁରୀ କରି ୪ ପ୍ରାଣୀ ହସ ଖୁସୀ ରେ ଦିନ କାଟୁ ଥିଲେ । ଗତ ୨୦୨୦ମସିହା ରେ ଆର୍ଥିକ ପରିସ୍ଥିତି ଖରାପ ଯୋଗୁ ଜୟସିଂ ସମସ୍ତ ଙ୍କୁ ଛାଡି ସବୁ ଦିନ ପାଇଁ ଆଖି ବୁଜି ଦେଇ ଥିଲେ । ପରିବାର ର ବୋଝ ପଡି ଥିଲା ଡାଲମତୀ ଏବଂ ପୁଅ ଯୁଗେଶ୍ୱର ଙ୍କ ଉପରେ । ପୁଅ ଯୁଗେଶ୍ୱ ର ପାଠ ପଢା ଛାଡି ମାଁ ଏବଂ ଭଉଣୀ କୁ ସାହାର୍ଯ୍ୟ କରିବା ପାଇଁ ଛେଲି ଗୋଠ ଜଗିବା ବେଳେ ପୁଅ ଝିଅ ର ମୁହଁ ରେ ଦାନା ଦେବା ପାଇଁ ମାଁ ଡାଳମତୀ କୁଲି ମଜୁରୀ କରିବା ରେ ଲାଗି ପଡିଲା । ଝିଅ ଯମୁନା ସ୍କୁଲ ଯାଇ ଦ୍ୱୀ ଅକ୍ଷର ଶିକ୍ଷିବା ବଦଳ ରେ ଦାନା ଯୋଗାଡ ପାଇଁ ବାହାର କୁ ସକାଳ ରୁ ସନ୍ଧ୍ୟା ପ୍ରର୍ଯ୍ୟନ୍ତ ଘରୁ ବାହାରି ଯାଉଥିବା ମାଁ ଏବଂ ଭାଇ ପାଇଁ ରୋଷେଇ କରିବା କୁ ପଡୁଛି । ଏମାନଙ୍କ ର ଭଲ ଘର ଖଣ୍ଡେ ମଧ୍ୟ ନାହିଁ ପୁରୁଣା କାଳିଆ ବଖୁରେ ଟିଏ ଝାଟିମାଟି ଘରେ ବିପଦ ସଂକୁଳନ ଅବସ୍ଥା ରେ ରହିଛି । ଘର ଛାତ ଭାଙ୍ଗି ଦିନ ରେ ସୂର୍ଯ୍ୟ ଦିଶୁ ଥିବା ବେଳେ ରାତି ରେ ଦିଶୁଛି ଜନ୍ନ । ଲଗାଣ ବର୍ଷା ହେଲେ ୩ ପ୍ରାଣୀ ଙ୍କୁ  ଅନ୍ୟ ର ପିଣ୍ଡା ରେ ଆଶ୍ରୟ ନେବା କୁ ପଡିଥାଏ ବୋଲି ସେମାନେ ପ୍ରକାଶ କରିଛନ୍ତି lଏଥିରେ ମଧ୍ୟ ରହିଛି ସାପ, ବେଙ୍ଗ ଏବଂ ବୁଲା କୁକୁର ର ଭୟ । ଆବାସ ଗ୍ରୁହ ପାଇଁ ଏମାନେ ବାରମ୍ବାର ପଲ୍ଲୀ ସଭା ଏବଂ ଗ୍ରାମ ସଭା ରେ ଆବେଦନ କଲେ ମଧ୍ୟ କେହିଶୁଣୁ ନାହାନ୍ତି । ଗୋଟିଏ ପଟେ ରାଜ୍ୟ ଏବଂ କେନ୍ଦ୍ର ସରକାର ବେଟି ପଢାଓ ବେଟି ବଚାଓ ନାରାବାଜି ଦେଉ ଥିବା ବେଳେ ଯମୁନା ପାଇଁ ଏହା ପ୍ରହସନ ପାଳଟି ଯାଇଛି । ନେତା ମାନେ କେବଳ ନିର୍ବାଚନ ସମୟ ରେ ଏହି ଗରୀବ ଅସାହାୟ ଙ୍କୁ ଭେଟି କେବଳ ପ୍ରତିଶ୍ରୁତି ରେ ପୋତି ଦେଇ ନିର୍ବାଚନ ସରିଲେ ତାହା ଭୁଲି ଯାଉ ଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ସରକାର ଆଦିବାସୀ ପିଲା ଙ୍କୁ ମାଗଣା ଶିକ୍ଷା ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କଲ୍ୟାଣ ବିଭାଗ ମାଧ୍ୟମ ରେ ମାଗଣା ଖାଇବା କୁ ଦେଇ ପାଠ ପଢାଉ ଥିବା ବେଳେ ଯମୁନା ଭାଗ୍ୟ ରେ ଏହା ସାତସପନ ପାଲଟି ଯାଇଛି । ପାଠ ପଢା ପାଇଁ ସରକାରୀ ସହାୟତା ମିଳିଲେ ସେ ପାଠପଢିବ ବୋଲି ପ୍ରକାଶ କରିଛନ୍ତି । ଏ ସମ୍ପର୍କ ରେ ବି ଡି ଓ ଧର୍ମରାଜ ମାଝି ଙ୍କୁ ପଚାରିବା ରୁ ସେ ଅନକାବେଡା ପି ଇ ଓ ଙ୍କୁ ଏହାର ତଦନ୍ତ ପାଇଁ ନିର୍ଦେଶ ଦେଇ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଦାସୀ ଗାଁରେ ଜନ ଶୁଣାଣି ଶିବିର

Sunil Chandra Nayak

ଡେଙ୍ଗାଗୁଡା ଠାରେ ନାଭାଲ ଏନସିସି ଦିବସ ପାଳନ

Sunil Chandra Nayak

ଏଣିକି ସହଜରେ ମିଳିବ ନାହିଁ ମୋବାଇଲ ସିମ୍ କାର୍ଡ: କେନ୍ଦ୍ର ସରକାର ଲାଗୁ କଲେ ନୂଆ ନିୟମ

Leave a Comment

error: Content is protected !!