ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟ ଜୀବନ ତରଫରୁ ରାଜ୍ୟ ସ୍ତରୀୟ ଶାରଦୀୟ ଉତ୍ସବ ଅନୁଷ୍ଠିତ

ସମ୍ବଲପୁର: ତା: ୦୪/୧୦/୨୦୨୨ ମଙ୍ଗଳବାର ସାହିତ୍ୟ ଜୀବନ ସାହିତ୍ୟ ସଂସଦର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରା ଙ୍କ ଉଦ୍ୟମ କ୍ରମେ ଶାରଦୀୟ ପୂଜା ଉପଲକ୍ଷେ ରେଢ଼ାଖୋଲ ରାଣୀ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟ ଠାରେ ଶାରଦୀୟ ସାହିତ୍ୟ ଉତ୍ସବ – ୨୦୨୨ ଅନୁଷ୍ଠିତ ହୋଇଯାଇଛି । ରେଢ଼ାଖୋଲ ରାଣୀ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟରେ ଅନୁଷ୍ଠାନ ତରଫରୁ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ, ଆଲୋଚନା ଚକ୍ର ସହ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ କରିଛି । ସ୍ୱାଗତ ସଙ୍ଗୀତ ଚତୁର୍ଭୁଜ ସାହୁ ବୋଲିବା ସହ ପ୍ରଦୀପ ପ୍ରଜ୍ବଳନ କରିଥିଲେ । ଅନୁଷ୍ଠାନର ସଭାପତିତ୍ବ କାର୍ଯ୍ୟ ଶ୍ରୀମତୀ ଶୋଭାଗିନୀ ନନ୍ଦ ସୂଚାରୁରୂପେ ତୁଲାଇଥିଲେ । ଶ୍ରୀମାନ ଶିବାତ୍ମକ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଶ୍ରୀକାନ୍ତ ବଲ୍ଲଭ ସାମନ୍ତ, ଅଧ୍ୟାପକ, ଇଂରାଜୀ ବିଭାଗ, ଅର୍ଡା ମହାବିଦ୍ୟାଳୟ, ଝାରସୁଗୁଡ଼ା ଜିଲ୍ଲାରୁ ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟରେ ସାହିତ୍ୟିକଙ୍କ ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଡଃ ଲକ୍ଷ୍ମୀପ୍ରିୟା ବେହେରା, ବିଭାଗ ମୁଖ୍ୟ, ଓଡ଼ିଆ ଭାଷା ସାହିତ୍ୟ, ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟ, ସମ୍ବଲପୁର ଯୋଗ ଦେଇ ଓଡ଼ିଆ ଭାଷା ସାହିତ୍ୟର ସଂକ୍ଷିପ୍ତ ମତପ୍ରକାଶ କରିଥିଲେ। ସମ୍ମାନୀତ ବକ୍ତା ଭାବେ ସୁଚିତ୍ରାର ସଂପାଦକ ଶ୍ରୀଯୁକ୍ତ କନ୍ଦର୍ପ ବେହେରା ଶାରଦୀୟ ଉପରେ ସମ୍ୟକ୍ ବିବରଣୀ ପ୍ରଦାନ କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଉନ୍ନତି ନିମନ୍ତେ ଦିଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅର୍ଣ୍ଣପୂର୍ଣ୍ଣା ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟାନନ୍ଦ ପ୍ରଧାନ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ରେଢ଼ାଖୋଲ ର ସଭାପତି ଶ୍ରୀଯୁକ୍ତ ମହାବୀର ସିଂହ ଦେଓ ଯୋଗଦେଇଥିଲେ ।। ସାହିତ୍ୟ ଜୀବନ ତରଫରୁ କିଛି ପ୍ରତିଭାକୁ ସମ୍ମାନିତ କରାଯାଇଥିଲା, ସେଥିମଧ୍ୟରୁ ସାହିତ୍ୟ ଭାରତୀ ସମ୍ମାନ ଡଃ ଲକ୍ଷ୍ମୀପ୍ରିୟା ବେହେରା, କବି ପ୍ରତିନିଧି ସମ୍ମାନ ଶ୍ରୀମତୀ ଶୋଭାଗିନୀ ନନ୍ଦ( ଜୟପୁର), ଶ୍ରୀମାନ ପିଙ୍କୁ ରଣବିଡା(ସମ୍ବଲପୁର), ଯୁବ ପ୍ରତିଭା ସମ୍ମାନ ଶ୍ରୀମାନ ବିଶ୍ୱଜିତ ପୁରୋହିତ(ସରାପାଲି, ସମ୍ବଲପୁର) ଏବଂ ଶାରଦୀୟ ସମ୍ମାନରେ ଶ୍ରୀମାନ ସୁଜ୍ଞାନ ବାଘ(ବୌଦ୍ଧ), ଶ୍ରୀମତୀ ପଙ୍କଜିନୀ ବେହେରା( ଦେବଗଡ଼ ), ଶ୍ରୀଯୁକ୍ତ କନ୍ଦର୍ପ ବେହେରା(ରେଢ଼ାଖୋଲ, ସମ୍ବଲପୁର), ଶ୍ରୀମାନ ବବୁନ ଦଣ୍ଡସେନା( ସମ୍ବଲପୁର) ସମେତ ଅନୁଗୁଳ ଜିଲ୍ଲାର ଶ୍ରୀଯୁକ୍ତ ଚତୁର୍ଭୁଜ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

 ସମସ୍ତ କବିତା ଗୁଡ଼ିକ’ର ସଂଯୋଜନା ଶ୍ରୀଯୁକ୍ତ ଚତୁର୍ଭୁଜ ସାହୁ କରିଥିବାବେଳେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପଚାଶ’ରୁ ଉର୍ଦ୍ଧ କବି କବୟିତ୍ରୀ କବିତା ପାଠ କରିଥିଲେ। ସେଥିମଧ୍ୟରେ ଗଦାଧର ନାଏକ, ଚତୁର୍ଭୁଜ ସାହୁ, ବିଶ୍ୱନାଥ ନାଏକ, ପ୍ରଲିପ୍ତା ଶତପଥୀ, ପ୍ରିୟଙ୍କା ବିଶି, ଜୟନ୍ତ କୁମାର ବେହେରା, ପିଙ୍କୁ ରଣବିଡା, କୌଶିକ ବେହେରା, ରମଣୀ ରଞ୍ଜନ ବେହେରା, ବିରଞ୍ଚି କୁମାର ବେହେରା, ବବୁନ ଦଣ୍ଡସେନା, ବିଶ୍ୱଜିତ ପୁରୋହିତ, ଦୁର୍ଗା ଚରଣ ସାହୁ, ଅଙ୍କୁଶ କୁମାର, ଶିବାତ୍ମକ ପଣ୍ଡା, କ୍ଷମାନିଧି ବେହେରା, ସୁଜ୍ଞାନ ବାଘ, ପଙ୍କଜିନୀ ବେହେରା, ସାହାଣୀ ସୌମ୍ୟା ପ୍ରଭୁତି କବିତା ପାଠ କରିଥିଲେ । ସମ୍ପାଦକ ଯୋଗେଶ୍ୱର ଲୁହା ପବିତ୍ର ଦୁର୍ଗା ପୂଜା ଅବସରରେ ଶୁଭେଚ୍ଛା ବାର୍ତ୍ତା ଜଣାଇ ଓଡ଼ିଆ ଭାଷା କିପରି ବଞ୍ଚି ରହିବ ସେ ସମ୍ପର୍କରେ ଅବଗତ କରାଇଥିଲେ । ପରିଶେଷରେ ଅନୁଷ୍ଠାନର ପ୍ରାଣ ପ୍ରତିଷ୍ଠାତା ଶ୍ରୀମାନ ପବିତ୍ର ବେହେରା ଶାରଦୀୟ ପୂଜା ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ସଡକ ଦୁର୍ଘଟଣାରେ ଜଣେ ମୃତ ଜଣେ ଆହତ

Sunil Chandra Nayak

Leave a Comment

error: Content is protected !!