ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ

ବ୍ୟୁରୋ ନିୟୂଜ୍ -:   ଗତ ତା 06,10,2022 ଗୁରୁବାର ଦିନ ମଧ୍ୟାହ୍ନ ୩ ଘଟିକା ରୁ ୭ ଘଂଟା ଭୁବନେଶ୍ଵରର ଜୟଦେବ ଭବନଠାରେ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ଟ୍ରଷ୍ଟ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ତରଫରୁ ଚତୁର୍ଥ ଗାନ୍ଧୀ ଆଦର୍ଶ ଓ ଗୋପବନ୍ଧୁ ଆଦର୍ଶ ସମ୍ମାନ ପ୍ରଦାନ ସମାରୋହ 2022 ଅନୁଷ୍ଠିତ ହେଇ ଯାଇଛି ଏହି ଅବସରରେ ପ୍ରଥମ ଅଧିବେଶନରେ ଶ୍ରୀ ଗଗନ ବିହାରୀ ସ୍ବାଇଁ, ଆକାଶ ବାଣୀ କଣ୍ଠଶିଳ୍ପୀ ସ୍ବାଗତ ସଙ୍ଗୀତ ପରିବେଷଣ କରିବେ। ଦ୍ବିତୀୟ ଅଧିବେଶନରେ ମୁଖ୍ଯ ଅତିଥି ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଲୋକସଭା ସାଂସଦ, ବରେଣ୍ଯ ଅତିଥି ଇଂ ଅର୍ଚ୍ଚନା ଦାସ,କବୟିତ୍ରୀ,ସମାଜସେବୀ ତଥା ରାଜନେତ୍ରୀ,ବିଶିଷ୍ଟ ଅତିଥି ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ସାଧାରଣ ସଦସ୍ୟ ଶ୍ରୀ ବିଦେଶୀ ନାୟକ, ଶିଳ୍ପୀ ଶ୍ରୀ କେସୁ ଦାସ, ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେ଼ମୀ ର ଉପସଭାପତି ଡକ୍ଟର ସଂଗ୍ରାମ ଜେନା ଓ ସମାଜସେବୀ ତଥା ରୁଚି ନିର୍ଦ୍ଦେଶିକା ସଂଗୀତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବର୍ଣ୍ଣାଢ଼୍ୟ ଏବଂ ଭବ୍ୟ କାର୍ଯ୍ୟକ୍ରମରେ ସାଇ କଳା ସଂସଦ ପକ୍ଷରୁ ଚାରୋଟି ସାଂସ୍କୃତିକ କାର୍ଯ୍ୟ ସମେତ ବାଣୀବିହାର ଛାତ୍ର ଛାତ୍ରୀଙ୍କ ଦ୍ଵାରା ରାମରାଜ୍ୟ ନାଟକ ପରିବେଷଣ ହୋଇଥିଲା । ଅଶୀ ଜଣ କବିକବୟିତ୍ରୀଙ୍କର କବିତା ପାଠ ସାଙ୍ଗକୁ ଓଡ଼ିଶାର ବଛା ବଛା ସମାଜସେବୀ ସଂଗଠନଙ୍କୁ ସଂଗଠକ ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ବର୍ଦ୍ଧନା ପର୍ବରେ ଶ୍ରୀ ଯୁଧିଷ୍ଠିର ମୁଦୁଲି ଓ ଶ୍ରୀ ସରୋଜ କୁମାର ଓଝା ଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନ, ପ୍ରତିମା ପ୍ରଧାନ, ଭୋବନୀ ରାଜୁ,କୈଳାଶ ଚନ୍ଦ୍ର ପଟ୍ଟନାୟକ, ଧର୍ମରାଜ ପ୍ରଧାନ,ମମତା ସାହୁ,ସସ୍ମିତା ଦାସ ଓ ଗଣେଶ ଚନ୍ଦ୍ର ଜେନାଙ୍କୁ ନି ସାରସ୍ଵତ ସମ୍ମାନ,ସେହିଭଳି ଗୁରୁ ପୁଷ୍ପାଞ୍ଜଳି ନାୟକଙ୍କୁ ନିଶିଗନ୍ଧା ନୃତ୍ୟଗୁରୁ ସମ୍ମାନ ଓ ନାରାୟଣ ଚନ୍ଦ୍ର ସେନାପତିଙ୍କୁ ନିଶିଗନ୍ଧା ଆର୍ଯ୍ୟପୂତ୍ର ସମ୍ମାନ ପ୍ରଦାନ କରାଯାଇଥିଲା ତତସହିତ ପନ୍ଦର ଜଣ ପ୍ରତିଯୋଗୀତା ମୂଳକ କୃତୀ ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବାରେ ବଳରାମ ତରାଇ, ଚକ୍ରଧର ତ୍ରିପାଠୀ, ସରସ୍ୱତୀ ନାୟକ,ପଦ୍ମନାଭ ତ୍ରିପାଠୀ, ଚିତ୍ତରଞ୍ଜନ ନନ୍ଦ, ନୀରୋଦ ଚନ୍ଦ୍ର ଜେନା,କୌଶଲ୍ୟା ବେଉରିଆ, ସରୋଜ କୁମାର ଓଝା, ସନ୍ତୋଷ କୁମାର ପଣ୍ଡା,ସସ୍ମିତା ତରାଇ, ସୁବୋଧ ସାହୁ, ହରିହର କାନୁନଗୋ, ଇଂ ଗାୟତ୍ରୀ ତ୍ରିପାଠୀ,ଉଷାରାଣୀ ସାହୁ ଓ ଜ୍ୟୋତିରଂଜନ ଦାସ ପ୍ରମୁଖ ପୂର୍ଣ୍ଣ ସାହାଯ୍ୟ କରିଥିଲେ ।

Related posts

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

Sunil Chandra Nayak

ଗୀତାଞ୍ଜଳି ପୃଷ୍ଟି ଙ୍କ କବିତା ଋତୁ ଚକ୍ରର ଦ୍ୱିତୀୟ ସ୍ତବକ

Sunil Chandra Nayak

କ୍ରେଡିଟ ଏକସିସ ଗ୍ରାମୀଣ କୋଟା ପକ୍ଷରୁ ଥାନାକୁ ଉପହାର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!