ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କ୍ରୀଡ଼ାକୁ ପ୍ରେତ୍ସାହନ..୨୦୦୦ ସ୍କୁଲର ୪୩୦୦୦ ପିଲାଙ୍କୁ ମିଳିବ ମାଗଣା ଫୁଟବଲ୍‌

ଆରମ୍ଭ ହେଲା ‘ଫୁଟବଲ୍‌ ଫର୍‌ ଅଲ୍‌’ ଯୋଜନା….

ରଜ୍ୟ ସରକାର ହକି ଭଳି ଫୁଟବଲ୍‌ର ମଧ୍ୟ ବିକାଶ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟ ସରକାର ସ୍କୁଲ ପିଲାଙ୍କ ପାଇଁ ଫୁଟବଲ ଖେଳ ପ୍ରତି ଆଗ୍ରହ ସୃଷ୍ଟି ଲାଗି ଯୋଜନାର ଶୁଭାରମ୍ଭ କରିଛନ୍ତି। ସ୍କୁଲ ପିଲାଙ୍କୁ ଫୁଟବଲ ପ୍ରତି ଆଗ୍ରହୀ କରାଇବା ପାଇଁ  ‘ଫୁଟବଲ୍‌ ଫର୍‌ ଅଲ୍‌’ ଯୋଜନା ଆରମ୍ଭ ହୋଇଯାଇଛି। ରାଜ୍ୟର ୨ ହଜାର ସ୍କୁଲରେ ପିଲାମାନଙ୍କୁ ୪୩ ହଜାର ଫୁଟବଲ ବଣ୍ଟନ ହେବ। ଏହି ପଦକ୍ଷେପ ଦ୍ବାରା ଆମ ରାଜ୍ୟରେ ତୃଣମୂଳସ୍ତରରେ ଫୁଟବଲ୍‌ ଖେଳର ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଓଡ଼ିଶାରେ ଫୁଟବଲ ଖେଳର ବିକାଶ ପାଇଁ  କିଟ୍‌-କିସ୍‌ର ଭାଗିଦାରୀରେ ଫିଫା ଦ୍ବାରା ଏହି ପଦକ୍ଷେପ ନିଆଯାଇଛି। ଭାରତରେ ଫୁଟବଲ୍‌ର ବିକାଶ ପାଇଁ ଫିଫା ପକ୍ଷରୁ ପ୍ରଥମ ଥର ଏକ ବଡ଼ଧରଣର ପଦକ୍ଷେପ ହାତକୁ ନିଆଯାଇଛି।

ଭର୍ଚୁଆଲ ମାଧ୍ୟମେରେ ଯୋଡ଼ି‌ହୋଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଫୁଟବଲ ହେଉଛି ଏକ ଲୋକପ୍ରିୟ ଖେଳ। ଏହି ଖେଳ ସହିତ ପୂରା ବିଶ୍ବ ଯୋଡ଼ି ହୋଇଛି। ଆଶା କରୁଛି, କାର୍ଯ୍ୟକ୍ରମ ମାଧ୍ୟମରେ ଦେଶରେ ଫୁଟବଲ ଖେଳର ବିକାଶ ହୋଇପାରିବ। ବିଶେଷ ଭାବରେ ଆମକୁ ମହିଳା ଫୁଟବଲ ଉପରେ ଅଧିକ ଗୁରୁତ୍ବ ଦେବାର ଅଛି। ବିଶ୍ବକପକୁ ଦୃଷ୍ଟିରେ ରଖି ଆମେ ମଜବୁତ ଭିତ୍ତିଭୂମି ପ୍ରସ୍ତୁତ କରିଛେ। ସେହିପରି ଖେଳାଳିଙ୍କ ବିକାଶ ପାଇଁ କୋଚ୍‌ ନିଯୁକ୍ତ କରିଛେ। ଫିଫା ୧୭ ବର୍ଷରୁ କମ ମହିଳା ବିଶ୍ବକପ ପାଇଁ ଓଡ଼ିଶା ଆୟୋଜକ ହୋଇପାରିଛି। ଏହା ଓଡ଼ିଶା ପାଇଁ ଗୌରବର ମୁହୂର୍ତ୍ତ। ଆମେ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଓ ଫିଫା ସହିତ ଯୋଡ଼ି ହୋଇଛେ। ଏହି ବିଶ୍ବକପ୍‌ ରାଜ୍ୟରେ ଫୁଟବଲ୍‌ ଖେଳର ବିକାଶରେ ସହାୟକ ହେବ। ଓଡ଼ିଶାରେ ଏହି କାର୍ଯ୍ୟକ୍ରମର ଆୟୋଜନ ପାଇଁ ଫିଫା ଚୟନ କରିବା ଓ ଡ. ଅଚ୍ୟୁତ ସାମନ୍ତଙ୍କ ଭୂମିକାକୁ ଧନ୍ୟବାଦ ଜଣାଉଛି।

ଭର୍ଚୁଆଲ ବୈଠକରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, କନ୍ଧମାଳ ସାଂସଦ ତଥା କିଟ-କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଫିଫାର ସେକ୍ରେଟାରୀ ଜେନେରାଲ ଫାତମା ସମୌରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ୍‌ ଓ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ବସ୍ଥି ଏସ୍‌ ଉପସ୍ଥିତ ଥିଲେ। ଏହି ଅବସରରେ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ବେହେରା ଭୁବନେଶ୍ବରସ୍ଥିତ ୟୁନିଟ-୯ ବାଳିକା ବିଦ୍ୟାଳୟ ଓ କ୍ୟାପିଟାଲ ହାଇସ୍କୁଲର ପିଲାମାନଙ୍କୁ ଫୁଟବଲ ଦେଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେଡି ପକ୍ଷରୁ ୩୦ ସାଂଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ 

Sunil Chandra Nayak

ଶ୍ରୀ ସତ୍ୟସାଇ ସେବା ସଂଗଠନ ତରଫରୁ “ପ୍ରେମ ସଂଜୀବନୀ “ଶୀର୍ଷକ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

ଆଦିବାସୀ ଙ୍କ ଜୀବନ ଜୀବିକା ମହୁଲ ଫୁଲ, ହେଲେ ଦଲାଲ କବଜାରେ

Sunil Chandra Nayak

Leave a Comment

error: Content is protected !!