ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ଼ – ବିପଦ କୁ ଆମନ୍ତ୍ରଣ କରୁଛି ରାସ୍ତା କଡ ମୁକୁଳା ଡ୍ରେନ

ଧର୍ମଗଡ ଏନ୍ଏସି ୱାର୍ଡନଂ-୧ , ଅରବିନ୍ଦ ପଡ଼ା ମୂଖ୍ୟ ରାସ୍ତା

ଧର୍ମଗଡ:୨୨/୫/୨୨ ଧର୍ମଗଡ ସହରାଞ୍ଚଳ ୱାର୍ଡ ନଂ-୧ ରେ ଥିବା ଅରବିନ୍ଦ ପଡ଼ା ରାସ୍ତା କଡ଼ ରେ ଥିବା ଡ୍ରେନ ମୁକୁଳା ହୋଈ ରହିଛି । ମୁକୁଳା ହୋଈ ରହିଥିବାରୁ ଏହା ବିପଦ କୁ ଆମନ୍ତ୍ରଣ କରୁଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି । ଧର୍ମଗଡ ସହର ୱାର୍ଡ଼ ନଂ-୧ ସରସ୍ୱତୀ ଶିଶୁ ମନ୍ଦିର ଛକ ନିକଟରୁ ଅରବିନ୍ଦ ସ୍କୁଲ ଦେଇ ମୂଖ୍ୟରାସ୍ତାକଡ଼ ରେ ଏକଡ୍ରେନ ରହିଛି । ଏହି ଡ୍ରେନ ରେ କିଛି ଅଂଶ ସିମେଣ୍ଟ ପ୍ଲେଟ ଦ୍ଵାରା ଘୋଡା ଯାଇଥିବା ବେଳେ ଆଉ କିଛି ଅଂଶ ମେଲା ହୋଇ ପଡ଼ିରହିଛି । ଅନୁକୂଳ ଚନ୍ଦ୍ର ମନ୍ଦିର ନିକଟ ରୁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍କୁଲ ପର୍ଯ୍ୟନ୍ତ , ଗୁରୁଗୀତା ସ୍କୁଲ ଛକ ରୁ ଗୋପବନ୍ଧୁ ନଗର ରାସ୍ତା କଡ ଡ୍ରେନ ଟି ମୁକୁଳା ହୋଈ ରହିଛି । ଏହି ରାସ୍ତା ଟି ଏକ ବ୍ୟସ୍ତ ବହୁଳ ରାସ୍ତା ହୋଈ ଥିବା ବେଳେ ସରସ୍ଵତୀ ଶିଶୁ ମନ୍ଦିର ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସ୍କୁଲ କୁ ଶହ ଶହ ସଂଖ୍ୟାରେ କୁନିକୁନି ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ଡ୍ରେନ ମୁକୁଳା ପଡ଼ିଥିବାରୁ ବିଭିନ୍ନ ସମୟ ରେ ଗାଈ ଗୋରୁ ମାନେ ଗଳି ପଡ଼ିଥିବା ବେଳେ ପଥଚାରୀ ମଧ୍ୟ ଡ୍ରେନ ରେ ଗଳି ପଡିବା ନଜିର ରହିଛି । ଆଗକୁ ବର୍ଷା ଦିନ ଆସୁଛି ପ୍ରବଳ ବର୍ଷା ଯୋଗୁ ଉଭୟ ରାସ୍ତା ଓ ଡ୍ରେନ ରେ ବହୁ ପରିମାଣ ରେ ବର୍ଷା ଜଳ ପ୍ରବାହିତ ହେବ ଡ୍ରେନ କେଉଁଠାରେ ମୁକୁଳା ହୋଇ ରହିଛି ତାହା ଦୃଶ୍ୟ ମାନ ହେବ ନାହିଁ । ଫଳ ରେ ଯାତାୟତକରୁଥିବା ଲୋକେ ଏଥିରେ ପଡି ଦୁର୍ଘଟଣା ର ଶିକାର ହେବା ସହ ଜୀବନ ହାନି ହେବା ସମ୍ଭାବନା ରହିଛି । ଖାଲି ଯେ ଉପରୋକ୍ତ ଡ୍ରେନ ନୁହ ଏହା ବାହାରେ ମଧ୍ୟ ସହର ର ଅନ୍ୟ ପଡ଼ା ମାନଙ୍କ ରେ ଥିବା ଅନେକ ଡ୍ରେନ ମୁକୁଳା ପଡିଛି ତେଣୁ ମୁକୁଳାଥିବା ଏହି ଡ୍ରେନ ଉପରେ ଘୋଡଣି (କଭର) କରାଯିବାକୁ ସାଧାରଣ ରେ ଦାବୀ ହେଉଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଝରାଡିହି କନ୍ୟାଶ୍ରମରେ ବହୁବିଧ ସମସ୍ୟା ନେଇ ମାସା ଆର୍ମି ତରଫରୁ ରାଇରଙ୍ଗପୁର ଆଇଟିଡିଏ ପ୍ରଶାସକଙ୍କୁ ଲିଖିତ ଦାବିପତ୍ର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତିନୋଟି ମନ୍ଦିରରୁ ଚୋରି

Sunil Chandra Nayak

Leave a Comment

error: Content is protected !!