ଧର୍ମଗଡ ଏନ୍ଏସି ୱାର୍ଡନଂ-୧ , ଅରବିନ୍ଦ ପଡ଼ା ମୂଖ୍ୟ ରାସ୍ତା
ଧର୍ମଗଡ:୨୨/୫/୨୨ ଧର୍ମଗଡ ସହରାଞ୍ଚଳ ୱାର୍ଡ ନଂ-୧ ରେ ଥିବା ଅରବିନ୍ଦ ପଡ଼ା ରାସ୍ତା କଡ଼ ରେ ଥିବା ଡ୍ରେନ ମୁକୁଳା ହୋଈ ରହିଛି । ମୁକୁଳା ହୋଈ ରହିଥିବାରୁ ଏହା ବିପଦ କୁ ଆମନ୍ତ୍ରଣ କରୁଛି ବୋଲି ସାଧାରଣ ରେ ଅଭିଯୋଗ ହେଉଛି । ଧର୍ମଗଡ ସହର ୱାର୍ଡ଼ ନଂ-୧ ସରସ୍ୱତୀ ଶିଶୁ ମନ୍ଦିର ଛକ ନିକଟରୁ ଅରବିନ୍ଦ ସ୍କୁଲ ଦେଇ ମୂଖ୍ୟରାସ୍ତାକଡ଼ ରେ ଏକଡ୍ରେନ ରହିଛି । ଏହି ଡ୍ରେନ ରେ କିଛି ଅଂଶ ସିମେଣ୍ଟ ପ୍ଲେଟ ଦ୍ଵାରା ଘୋଡା ଯାଇଥିବା ବେଳେ ଆଉ କିଛି ଅଂଶ ମେଲା ହୋଇ ପଡ଼ିରହିଛି । ଅନୁକୂଳ ଚନ୍ଦ୍ର ମନ୍ଦିର ନିକଟ ରୁ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସ୍କୁଲ ପର୍ଯ୍ୟନ୍ତ , ଗୁରୁଗୀତା ସ୍କୁଲ ଛକ ରୁ ଗୋପବନ୍ଧୁ ନଗର ରାସ୍ତା କଡ ଡ୍ରେନ ଟି ମୁକୁଳା ହୋଈ ରହିଛି । ଏହି ରାସ୍ତା ଟି ଏକ ବ୍ୟସ୍ତ ବହୁଳ ରାସ୍ତା ହୋଈ ଥିବା ବେଳେ ସରସ୍ଵତୀ ଶିଶୁ ମନ୍ଦିର ଏବଂ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସ୍କୁଲ କୁ ଶହ ଶହ ସଂଖ୍ୟାରେ କୁନିକୁନି ଛାତ୍ର ଛାତ୍ରୀ ମାନେ ଯିବା ଆସିବା କରିଥାନ୍ତି । ଡ୍ରେନ ମୁକୁଳା ପଡ଼ିଥିବାରୁ ବିଭିନ୍ନ ସମୟ ରେ ଗାଈ ଗୋରୁ ମାନେ ଗଳି ପଡ଼ିଥିବା ବେଳେ ପଥଚାରୀ ମଧ୍ୟ ଡ୍ରେନ ରେ ଗଳି ପଡିବା ନଜିର ରହିଛି । ଆଗକୁ ବର୍ଷା ଦିନ ଆସୁଛି ପ୍ରବଳ ବର୍ଷା ଯୋଗୁ ଉଭୟ ରାସ୍ତା ଓ ଡ୍ରେନ ରେ ବହୁ ପରିମାଣ ରେ ବର୍ଷା ଜଳ ପ୍ରବାହିତ ହେବ ଡ୍ରେନ କେଉଁଠାରେ ମୁକୁଳା ହୋଇ ରହିଛି ତାହା ଦୃଶ୍ୟ ମାନ ହେବ ନାହିଁ । ଫଳ ରେ ଯାତାୟତକରୁଥିବା ଲୋକେ ଏଥିରେ ପଡି ଦୁର୍ଘଟଣା ର ଶିକାର ହେବା ସହ ଜୀବନ ହାନି ହେବା ସମ୍ଭାବନା ରହିଛି । ଖାଲି ଯେ ଉପରୋକ୍ତ ଡ୍ରେନ ନୁହ ଏହା ବାହାରେ ମଧ୍ୟ ସହର ର ଅନ୍ୟ ପଡ଼ା ମାନଙ୍କ ରେ ଥିବା ଅନେକ ଡ୍ରେନ ମୁକୁଳା ପଡିଛି ତେଣୁ ମୁକୁଳାଥିବା ଏହି ଡ୍ରେନ ଉପରେ ଘୋଡଣି (କଭର) କରାଯିବାକୁ ସାଧାରଣ ରେ ଦାବୀ ହେଉଛି ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।