ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ସମୟ

ଜୟ ଜଗନ୍ନାଥ 

  ସମୟ

ସମୟ ପାଖରେ ଏ ମଣିଷ
ହାର ମାନିଯାଏ
ଯାହା ଭାବିଥାଏ ଆଉ କିଛି
ହୋଇ ଯାଇଥାଏ
ସମୟର ନଈ ସବୁବେଳେ
ଗତିପଥ ବଦଳାଏ
ଆଜି ଯାହା ଦେଖୁଛ
କାଲି କୁ ଆଉ କିଛି
ବିଜୁଳି ପରି ଚିକ କରି
କିଛି ଆଲୋକ ଦେଇ
କ୍ଷଣକରେ ଚାଲି ଯାଏ
ଅଜାଣତେ
ଛାପା ହୋଇ ରହେ
ମନଗହନ ର ଅବୁଝା କଥା
ଆଖିର କୋଣ ରେ
ଜକେଇ ଆସେ, କିଛି ଲୁହ
ସମୟ କେବେ ଅପେକ୍ଷା କରେନି
ସମୟ ର ପ୍ରଖର ସ୍ରୋତ ରେ
ସମସ୍ତେ ଦିନେ ନା ଦିନେ
ଲୀନ ହୋଇଯିବେ
କେବଳ ରହି ଯିବ କିଛି ଚିହ୍ନ

ଶ୍ରୀମତୀ ମିନତି ମିଶ୍ର

ଦୋଳମଣ୍ଡପ ସାହି, ପୁରୀ

Related posts

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ମମତା ସାହୁ ଙ୍କ କବିତା ମଣିଷ

Sunil Chandra Nayak

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ର ବୈଠକ ଅନୁଷ୍ଠିତ

ବୁଡିପଦର ସ୍କୁଲରେ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!