ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ସମୟ

ଜୟ ଜଗନ୍ନାଥ 

  ସମୟ

ସମୟ ପାଖରେ ଏ ମଣିଷ
ହାର ମାନିଯାଏ
ଯାହା ଭାବିଥାଏ ଆଉ କିଛି
ହୋଇ ଯାଇଥାଏ
ସମୟର ନଈ ସବୁବେଳେ
ଗତିପଥ ବଦଳାଏ
ଆଜି ଯାହା ଦେଖୁଛ
କାଲି କୁ ଆଉ କିଛି
ବିଜୁଳି ପରି ଚିକ କରି
କିଛି ଆଲୋକ ଦେଇ
କ୍ଷଣକରେ ଚାଲି ଯାଏ
ଅଜାଣତେ
ଛାପା ହୋଇ ରହେ
ମନଗହନ ର ଅବୁଝା କଥା
ଆଖିର କୋଣ ରେ
ଜକେଇ ଆସେ, କିଛି ଲୁହ
ସମୟ କେବେ ଅପେକ୍ଷା କରେନି
ସମୟ ର ପ୍ରଖର ସ୍ରୋତ ରେ
ସମସ୍ତେ ଦିନେ ନା ଦିନେ
ଲୀନ ହୋଇଯିବେ
କେବଳ ରହି ଯିବ କିଛି ଚିହ୍ନ

ଶ୍ରୀମତୀ ମିନତି ମିଶ୍ର

ଦୋଳମଣ୍ଡପ ସାହି, ପୁରୀ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଶ୍ରାବଣୀ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କାନ୍ଦଣା ଲହରୀ ନାହିଁ

Sunil Chandra Nayak

ଭବାନୀପାଟଣା ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!