ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

ଜୁନାଗଡ଼,୧୨/୧୦(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଆଜି ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହିତ ବିଶାଳ ଶୋଭାଯାତ୍ରାରେ ଭଇରିଗୁଡା ରାଜପୁତ ‌କ୍ଷତ୍ରିୟ ପାଇକ ସମାଜର ପଶ୍ଚିମ ମଣ୍ଡଳ ନିଜର ପାରମ୍ପରିକ କୌଶଳ ପ୍ରଦର୍ଶନ କରି ନିଜର ଦମ ଦେଖାଇଥିଲା । ଆଜି ଜୁନାଗଡ ସହରସ୍ଥିତ ଲଙ୍କେଶ୍ବରୀ ମନ୍ଦିରରୁ ଏକ ବିଶାଲ ପଟୁଆର ସହର ପରିକ୍ରମା କରି ସ୍ଥାନୀୟ ସଂସ୍କୃତି ଭବନଠାରେ ପହଞ୍ଚିଥିଲା । ସେଠାରୁ ଜୁନାଗଡ ବ୍ଲକ ଅର୍ନ୍ତଗତ କୁଲିହାରିକୁ ଏହି ଶୋଭାଯାତ୍ରା ଯାଇଥିଲା । ପରେ ସେଠାରେ ପଶ୍ଚିମ ମଣ୍ଡଳ କୂଳପତି ଅର୍ଜୁନ ସିଂ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜପୁତ ‌କ୍ଷତ୍ରିୟ ପାଇକ ସମାଜର ୧୦ମ ମହାସଭାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି କଳାହାଣ୍ଡି ମହାରାଜା ଅନନ୍ତ ପ୍ରତାପ ଦେଓ, ସମ୍ମାନୀତ ଅତିଥି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି ଜିଲ୍ଲାପରିଷଦ ସଭାପତି ପୁଷ୍ପେନ୍ଦ୍ର ସିଂ ଦେଓ, କଳାହାଣ୍ଡି କୁଳାଧ୍ୟକ୍ଷ ଚନ୍ଦ୍ରଧ୍ବଜ ପେସନିଆ, ପୂର୍ବତନ କୁଳାଧ୍ୟକ୍ଷ ଗୁଣନିଧୀ ମାଝୀ, ପୂର୍ବ ମଣ୍ଡଳ କୂଳପତି ପ୍ରଦୀପ ଘଡେଇ, ଖଡିଆଳ ପାଟଣା କୂଳପତି ଶମ୍ଭୁକିଶୋର ଦଣ୍ଡସେନା, ପୂର୍ବତନ କୂଳପତି ଲାଲୁ ପ୍ରସାଦ ଦଣ୍ଡସେନା, ଚାରୁଚନ୍ଦ୍ର ବାଣୁଆ, ଅଶ୍ବିନ କୁମାର ବାଣୁଆ, ଘାସିରାମ ରାଉତ, ମୁଖ୍ୟବକ୍ତା ଥୁଆମୂଳ ରାମପୁର ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟ ନାରାୟଣ ମୁଣ୍ଡଚ୍ଛିନ୍ନା, ଘନଶ୍ୟାମ ଗୁରୁ, ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ପ୍ରମୁଖ ଉଦବୋଧନ ଦେଇଥିଲେ । ଲକ୍ଷ୍ମୀ ନାରାୟଣ ବାଣୁଆ ଓ ହେମନ୍ତ କୁମାର ପ୍ରଧାନୀ ମଞ୍ଚ ପରିଚାଳନା କରିଥିବାବେଳେ ସଦାନନ୍ଦ ଦଳପତି ଧନ୍ୟବାଦ ଅର୍ପଣ କରିଥିଲେ । ଅର୍ଭର୍ଥନା କମିଟି ସଭାପତି ପରମାନନ୍ଦ ପୁଝାରୀ ଓ ସମ୍ପାଦକ ନରୋତ୍ତମ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୂର୍ବତନ କୂଳପତି ଲକ୍ଷ୍ମୀଧର ପାତ୍ରଙ୍କ ବିୟୋଗରେ ୧ ମିନିଟ ନୀରବ ପ୍ରାର୍ଥନା କରି ସ୍ମୃତିଚାରଣ କରିଥିଲେ । ଦ୍ବିତୀୟ ଅଧିବେଶନରେ ସର୍ଗିଗୁଡା କୂଳସୂଦର ପାରେଶ୍ବର ପୁଝାରୀ, ଦେପୁର କୂଳସୋଦର ଘନଶ୍ୟାମ ଗୁରୁ, ଭଇରିଗୁଡା କୂଳସୋଦର ପରମାନନ୍ଦ ପୁଝାରୀ, ଜୟପାଟଣା କୂଳସୋଦର ବ୍ରଜବନ୍ଧୁ ନାଏକ, ସାପସିଲେଟ କୂଳସୋଦର ସୁକଦେବ ଧଙ୍ଗଡାମାଝୀ ଉଦବୋଧନ ଦେଇଥିଲେ । ପଶ୍ଚିମ ମଣ୍ଡଳ ସାଂଗଠନିକ ସମ୍ପାଦକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏଥିରେ କୂଳପତି ଅଧ୍ୟକ୍ଷତା କରିଥିବାବେଳେ ରଜନୀକାନ୍ତ ବିଶି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସନ୍ଧ୍ୟାରେ ପ୍ରଦୀପ କୁମାର ଧଙ୍ଗଡାମାଝୀଙ୍କ ମଞ୍ଚ ପରିଚାଳନାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାୟଗଡାରେ ବିଜେଡିର ବାଜିମାତ୍

Sunil Chandra Nayak

ଗୁରୁତର ଆହତ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କଲେ ସମାଜସେବୀ ସୌମିକ (ଟିଟନ୍)

Sunil Chandra Nayak

ଲଡୁ ଦୁର୍ନୀତି ର ଉଚ୍ଚ ସ୍ତରୀୟ ତଦନ୍ତ ଦାବି

Sunil Chandra Nayak

Leave a Comment

error: Content is protected !!