ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ଶତ ବାର୍ଷିକୀ ସମାରୋହ ପାଳିବ 

ମ,ରାମପୁର,୧୨/୧୦(ମସୀହା):- ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ର ଏକ ବୈଠକ ଶ୍ରୀ ରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକ ରେ ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ। ମ, ରାମପୁର ଠାରେ କାମନା ଦଣ୍ଡ କୁ ଚଳିତ ବର୍ଷ ଶହେ ବର୍ଷ ପୂର୍ତ୍ତି ହେଉ ଥିବା ବେଳେ ଏକ ଶତ ବାର୍ଷିକୀ ସମାରୋହ ପାଇଁ ଆଜିର ବୈଠକ ରେ ଆଲୋଚନା ହେଇଥିଲା। ଉପଦେଷ୍ଟା ତଥା ଅଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଏହି ସମାରୋହ ର ରୂପ ରେଖ ସମ୍ପର୍କ ରେ ସୂଚନା ଦେବାକୁ ଯାଇ, ଜାନୁଆରୀ ମାସ ରେ ଏହି ସମାରୋହ ତିନି ଦିନ ଧରି କରିବା ସହ ଏକ ସ୍ମରଣିକା ପ୍ରକାଶ କରିବା ବୋଲି ମତ ଦେଇଥିଲେ। ସ୍ମରଣିକା ଦାୟିତ୍ଵ ପଦ୍ମ ଲୋଚନ ମିଶ୍ର, ହେମନ୍ତ ସାହୁ ଓ ପରମା ନନ୍ଦ ବିଶି ଙ୍କୁ ଦିଆ ଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଉପଦେଷ୍ଟା ଲଳିତ କୁମାର ମହାଳିକ, ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସମେତ ବିଜୟ କୁମାର ମହାଖୁଡ, ଦ୍ରୋଣାଚାର୍ଯ୍ୟ ମାଝୀ, ବନମାଳୀ ଦଣ୍ଡସେନା,ଉଦ୍ଧବ ପଣ୍ଡା, ବସନ୍ତ ମହାଖୁଡ, ଦିଲୀପ କୁମାର ମହାଖୁଡ଼, ବିଭୂତି ଭୂଷଣ ମହାଖୁଡ଼, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

କନକ ନିଆଲ ମୃତ୍ୟୁ ମାମଲା,ଜଣେ କୋର୍ଟ ଚାଲାଣ ,ଜାମିନ ନାମଞ୍ଜୁର 

Sunil Chandra Nayak

କଳାହାଣ୍ଡିରେ କିସ୍‍ର ଶାଖା….

Sunil Chandra Nayak

କବିତା – ମୁଁ ଓଡିଆ ମାଟିର କବି

Sunil Chandra Nayak

Leave a Comment

error: Content is protected !!