ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତିରିଂ ; ନୂଆଗାଁ ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

ମୟୂରଭଞ୍ଜ -୧୧/୧୦/୨୨(ମସିହା) ଅକ୍ଟୋବର ୨ ରୁ ମାସାନ୍ତ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ,ସେବା,ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଜେଡ଼ିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର ତିରିଂ ବ୍ଳକ ବିଜେଡି ତରଫରୁ ବ୍ଳକ ବିଜେଡି ସଭାପତି ଵଳଦେବ ହେମ୍ବ୍ରମଙ୍କ ନେତୃତ୍ବରେ ବ୍ଲକ ବିଜେଡି ତରଫରୁ ତିରିଂ ପଞ୍ଚାୟତର ନୂଆଗାଁ ଗ୍ରାମରେ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ଦଳର ମୟୂରଭଞ୍ଜ ସଦର ବିଜେଡି ସଂପାଦକ ଉତ୍ତମ ମହାପାତ୍ର, ତିରିଂ ବ୍ଳକ ପ୍ରଭାରୀ ଦୀପ୍ତୀମାନ ବଳ ,ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ବର ସାମଦ, ଜିଲ୍ଲା ପରିଷଦ ସଦସ୍ୟ ପରେଶ ମୁଣ୍ଡା,ଜିଲ୍ଲା ପରିଷଦ ସଦସ୍ୟା ଜନତା ବସା,ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଜଲେନ ନାଏକ,ପୂର୍ବତନ ବ୍ଳକ ଉପାଧ୍ଯକ୍ଷା ଜେନାମଣି ଶୁଣ୍ଡି,ପଣ୍ଡୁପାଣି ସରପଞ୍ଚ ସୁନ୍ଦର , ପୂର୍ବତନ ସମିତି ସଭ୍ୟ ଜିତରାୟ ବାସ୍କେ, ରାଜୁ ବସା,ପୂର୍ବତନ ସମିତି ସଭ୍ୟ ମନୋଜ ଗୁପ୍ତା, ପାର୍ଥ ସାରଥି ଷଡ଼ଙ୍ଗୀ,କ୍ଷୀରୋଦ ସିଂଙ୍କ ସହିତ ବହୁ ଦଳୀୟ କର୍ମି ଯୁବ,ଛାତ୍ର,ମହିଳା,କୃଷକ,ଖଟିଖିଆ ପ୍ରମୁଖ ସାମିଲ ହୋଇ ପଦଯାତ୍ରା ,ସେବା ଯାତ୍ରା,ସଚେତନତା ଯାତ୍ରାକୁ ସଫଳ କରାଇଥିଲେ । ଘରକୁ ଘର ବୋଲି ଲୋକଙ୍କ ହାଲଚାଲ ସମସ୍ୟା ବୁଝୁଥିଲେ ।ତାହା ସହିତ ନବିନ ସରକାରଙ୍କ ସମସ୍ତ ଯୋଜନା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ବ୍ଳକ ସଭାପତି ବଳଦେବ ହେମ୍ବ୍ରମ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

କବିତା ସାହୁ  ଙ୍କ କବିତା  ବୋଲବମ୍

Sunil Chandra Nayak

ମୁଢୀ ଏମିତି ଏକ ଖାଦ୍ୟ ଦ୍ରବ୍ୟ ଯାହା ଆମ ଓଡିଆଙ୍କ ଘରେ ଘରେ ସମସ୍ତେ ବ୍ୟବହାର କରନ୍ତି । ଏହା ଏକ ପ୍ରାଚୀନ ଖାଦ୍ୟ ଦ୍ରବ୍ୟ

Sunil Chandra Nayak

ପାରଳାଖେମୁଣ୍ଡି ଏସିଏଫଙ୍କ ଶ୍ରାଦ୍ଧ ବାର୍ଷିକ ପାଳନ

Leave a Comment

error: Content is protected !!