ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖାତିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବର୍ଷା ହେଲେ କୁତ୍ରିମ ପୋଖରୀ : କାହାରି ନିଘା ନାହିଁ

ତେନ୍ତୁଳିଖୁଣ୍ଟି :୧୨/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡା ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସର ରୁ ଜଳ ନିଷ୍କାସନ ବ୍ୟବସ୍ଥା ନଥିବା ଯୋଗୁଁ ବର୍ଷା ହେଲେ ବିଦ୍ୟାଳୟ ପରିସର ଜଳମଗ୍ନ ହେଉଛି। ବର୍ଷା ଦିନ ତମାମ ବିଦ୍ୟାଳୟ ର ଶିକ୍ଷୟତ୍ରୀ ଶିକ୍ଷକ ଓ ଛାତ୍ରୀ ଛାତ୍ର ଜଳମୟ ପରିସର ରେ ବିତାଇଛନ୍ତି। ଜଳମଗ୍ନ ହେଲେ ବିଦ୍ୟାଳୟ କୁ ପ୍ରବେଶ କରିବା ବିପଦ ପୂର୍ଣ୍ଣ ଲାଗୁଛି କାରଣ ବର୍ଷା ଜଳରେ ଆଖ ସ୍ଥାନରୁ ସରୀସୃପ ଭାସି ଆସିବା ସମ୍ଭାବନା ରହିଛି ତଥା ରାସ୍ତା ପାର୍ଶ୍ଵ ଆବର୍ଜନା ଆସିଯାଉଛି । ଏହି ପରିସ୍ଥିିତି  ଛାତ୍ର ଛାତ୍ରୀ ବିଦ୍ୟାଳୟ କୁ ଯାନ୍ତି । ବିଦ୍ୟାଳୟରେ ଥିବା ବେଳେ ବର୍ଷା ହେଲେ ଜଳ ନିଷ୍କାସନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଛି କିନ୍ତୁ ବର୍ଷା ଜାରୀ ରହିଲେ କଥା ସରିଲା।ବିଦ୍ୟାଳୟ ର ଏହି ସମସ୍ୟା ସମ୍ପର୍କରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଯାଇଛି । ବିଦ୍ୟାଳୟ ଗୁଡିକ ର ନିର୍ମାଣ ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ରାଜ୍ୟ ସରକାର ପଂଚାୟତ କୁ ପ୍ରଦାନ କରିବା ପରେ ସ୍ଥାନୀୟ ସରପଞ୍ଚ ନିଜେ ଆସି ସମସ୍ୟା ଦେଖି ଯାଇଛନ୍ତି। ଇତିମଧ୍ୟରେ ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କିଛି ସମାଧାନ ହୋଇ ନାହିଁ। ଆଜି ମାତ୍ର ଏକ ଘଣ୍ଟା ର ବର୍ଷା ରେ ବିଦ୍ୟାଳୟ ର ଦୃଶ୍ୟ ଏଭଳି ହୋଇଛି। ବିଦ୍ୟାଳୟ ର ଛାତ୍ର ଛାତ୍ରୀ ହିତ ପାଇଁ ତୁରନ୍ତ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବର୍ଷା

Sunil Chandra Nayak

ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶରୀ ଙ୍କ ଦଶହରା ପର୍ବ ଓ ଛତର ଯାତ୍ରା ସମ୍ପନ୍ନ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

Leave a Comment

error: Content is protected !!