ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖସିଗୁଡା ରେ ଡ୍ୟାନ୍ସ ପ୍ରତିଯୋଗୀତା

 ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ମୁଣ୍ଡରା ଗୁଡା ଗ୍ରାମ ପଞ୍ଚାୟତ ର ଖସିଗୁଡା ଗ୍ରାମର ମା ବିମଳାୟି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଡ୍ୟାନ୍ସ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଆୟୋଜକ କମିଟିର ସଭାପତି ଅଲୋକ ବେମାଲ ,ସମ୍ପାଦକ ଅଚ୍ୟୁତ ବାଗ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ଡ୍ୟାନ୍ସ ପ୍ରତିଯୋଗୀତା କାର୍ଯ୍ୟକ୍ରମ ରେ ମଣି ନ।ଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବରିଷ୍ଠ ସମାଜସେବୀ ଅଂଶୁମାନ ଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଥିବା ବେଳେ ମୁଖ୍ୟ ବକ୍ତା ଭାବରେ ସମାଜସେବୀ ଆଦିତ୍ୟ ପ୍ରସାଦ ରାୟ ଗୁରୁ ଯୋଗଦାନ କରିଥିଲେ ।ଏହି ପ୍ରତିଯୋଗୀତା ରେ ମା ଭଣ୍ଡାର ଘରଣୀ ଡ୍ୟାନ୍ସ ଗ୍ରୁପ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ବିକି ଟାଇଗର ବଡ଼ କୁଟୁ ରୁ ଦୂତୀୟ ଏବଂ ଚିଂଗେଲାଲ ଡ୍ୟାନ୍ସ ଗ୍ରୁପ ଜୟପାଟଣା ତୃତୀୟ ,ମା ଲଙ୍କେଶ୍ୱରୀ ଡ୍ୟାନ୍ସ ଗ୍ରୁପ ମଥୁରା ଚତୁର୍ଥ ଏବଂ ମା କାଳୀ ମ।ଉଳି ଡ୍ୟାନ୍ସ ଗ୍ରୁପ କୋଟ ପାହାଡ଼ି ପଞ୍ଚମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ ରେ ସଞ୍ଜିତ ପାତ୍ର ଏବଂ ବରୁଣ ନ।ଏକ ମଞ୍ଚ ପରିଚାଳନା କରିଥିଲେ ।ଏଥିରେ ପ୍ରଦୀପ କଟା ,ପ୍ରେମଲାଲ ପାତ୍ର, ମଧୁ କାଣ୍ଡ ,ଜିତୁ ହଂସ ,ସମ୍ଭୁ ପାତ୍ର ଏବଂ ସୁବଳ ଚରଣ ଠାକୁର ସହଯୋଗ କରିଥିଲେ ।ଧନ୍ୟବାଦ ଅର୍ପଣ କରିଥିଲେ ଅଲୋକ ବେମାଲ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ନବୀନ ଙ୍କ ନମ୍ବର ୱାନ୍ ରାଜ୍ୟରେ ବିକାଶ ଖୋଜୁଛି ଗିରଲିମାଲ ଗ୍ରାମ !

Sunil Chandra Nayak

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

Sunil Chandra Nayak

ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!