ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମର ସ୍ବର୍ଗତ କେଦାର ଛତ୍ରିଆ ଏବଂ ଧନମତି ଛତ୍ରିଆ ଙ୍କ ଏକ ମାତ୍ର ଝିଅ ଲିପ୍ଶା ଛତ୍ରିଆ । ବାପାଙ୍କ ମୃତ୍ୟୁ ପରେ ଝିଅ କିପରି ଉଚ୍ଚ ଶିକ୍ଷା କରିବ ବୋଲି ମା ଧନମତି ଏବଂ ଝିଅ ସଦା ସର୍ବଦା ଚିନ୍ତାରେ ରହୁଥିଲେ । ଠିକ୍ ଏହି ସମୟରେ ବରିଷ୍ଠ ସମାଜସେବୀ ବିଶ୍ୱନାଥ କର ଧନମତି ଏବଂ ଲିପ୍ସା କୁ ଭେଟି ଯୁକ୍ତ ୨ ରେ ପାଠ ପଢ଼ିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ପ୍ରଥମ ବର୍ଷର ସମସ୍ତ ନାମ ଲେଖା ଖର୍ଚ୍ଚ ଏବଂ ବର୍ତ୍ତମାନ ଦୂତୀୟ ବର୍ଷର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।ତାଙ୍କର ଏହି ମହାନତା ଯୋଗୁଁ ପରିବାର ବର୍ଗ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ କର ଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀ କର ରାଜପୁର ଠାରେ ଥିବା ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ର ଅଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡାକୁ ଭେଟି ଲିପ୍ସା ର ସମସ୍ତ ଖର୍ଚ୍ଚ ବହନ କରି ଥିଲେ ।
ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା