ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

 ଚିଲିଗୁଡା ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ଚିଲିଗୁଡା ଗ୍ରାମର ସ୍ବର୍ଗତ କେଦାର ଛତ୍ରିଆ ଏବଂ ଧନମତି ଛତ୍ରିଆ ଙ୍କ ଏକ ମାତ୍ର ଝିଅ ଲିପ୍ଶା ଛତ୍ରିଆ । ବାପାଙ୍କ ମୃତ୍ୟୁ ପରେ ଝିଅ କିପରି ଉଚ୍ଚ ଶିକ୍ଷା କରିବ ବୋଲି ମା ଧନମତି ଏବଂ ଝିଅ ସଦା ସର୍ବଦା ଚିନ୍ତାରେ ରହୁଥିଲେ । ଠିକ୍  ଏହି ସମୟରେ ବରିଷ୍ଠ ସମାଜସେବୀ ବିଶ୍ୱନାଥ କର ଧନମତି ଏବଂ ଲିପ୍ସା କୁ ଭେଟି ଯୁକ୍ତ ୨ ରେ ପାଠ ପଢ଼ିବାର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପ୍ରଥମେ ପ୍ରଥମ ବର୍ଷର ସମସ୍ତ ନାମ ଲେଖା ଖର୍ଚ୍ଚ ଏବଂ ବର୍ତ୍ତମାନ ଦୂତୀୟ ବର୍ଷର ସମସ୍ତ ଖର୍ଚ୍ଚ ବହନ କରିଥିଲେ ।ତାଙ୍କର ଏହି ମହାନତା ଯୋଗୁଁ ପରିବାର ବର୍ଗ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ କର ଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀ କର ରାଜପୁର ଠାରେ ଥିବା ସୁଧାଂଶୁ ଶେଖର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଯାଇ ବିଦ୍ୟାଳୟ ର ଅଧ୍ୟକ୍ଷ ମାନସ ରଞ୍ଜନ ପଣ୍ଡାକୁ ଭେଟି ଲିପ୍ସା ର ସମସ୍ତ ଖର୍ଚ୍ଚ ବହନ କରି ଥିଲେ ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଦୁର୍ବୁତ୍ତ ବିଦେଶି ମଦ ଦୋକାନ ର ସଟର ତାଡିଲେ

Sunil Chandra Nayak

କର୍ତ୍ତବ୍ୟ ଅନୁଷ୍ଠାନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ବ୍ଯବସ୍ଥାକୁ ନେଇ ଏକ ପରାମର୍ଶ ଶିବିର

Sunil Chandra Nayak

କାର୍ତ୍ତିକେଶ୍ଵର ଭଷାଣି ସମୟରେ ଅଘଟଣ, ବାଣ ଫୁଟି ୪୦ରୁ ଅଧିକ ଆହତ

Sunil Chandra Nayak

Leave a Comment

error: Content is protected !!