ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଖୋଜ କେନ୍ଦ୍ର କର୍ମଚାରୀଙ୍କ ପାଇଁ ପେନସନ ନିୟମ କୋହଳ କଲେ ସରକାର

ଦେଶରେ ଆତଙ୍କବାଦୀ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ପରିବାର ପେନସନ ନିୟମ କୋହଳ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଜୀତେନ୍ଦ୍ର କୁମାର ସିଂହ ଆଜି ଏହି ଘୋଷଣା କରିଛନ୍ତି। ନୂ୍ଆ ନିୟମ ଅନୁଯାୟୀ ଏନପିଏସ୍‌ରେ ସାମିଲ ହୋଇଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀ ଯେତେବେଳେ ଚାକିରିରେ କାମ କରୁଥିବାବେଳେ ନିଖୋଜ ହୋଇଯିବେ ସେତେବେଳେ ତାଙ୍କ ପରିବାର ସଦସ୍ୟଙ୍କୁ ତୁରନ୍ତ ପରିବାର ପେନସନ୍‌ ମିଳିବ। ପରେ ସେହି କର୍ମଚାରୀଙ୍କ ପତ୍ତା ମିଳେ ତାହେଲେ ତାଙ୍କ ପରିବାରକୁ ପୂର୍ବରୁ ପ୍ରଦାନ କରାଯାଇଥିବା ପରିବାର ବାବଦ ପେନସନ ରାଶି ତାଙ୍କ ଦରମାରୁ କାଟି ନିଆଯିବ। ହିଂସା ପ୍ରବଣ ଅଞ୍ଚଳରେ କାର୍ଯ୍ୟ କରୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଅପହରଣ କରାଯାଉଥିବା ଖବର ଅଧିକାଂଶ ସମୟରେ ଆସିଥାଏ। ତେଣୁ ସେମାନଙ୍କ ପରିବାରର ସ୍ବାର୍ଥକୁ ଦୃଷ୍ଟିରେ ପେନସନ ନିୟମରେ ଏହି ପରିବର୍ତ୍ତନ ଅଣାଯାଇଛି। ପୂର୍ବ ନିୟମ ଅନୁଯାୟୀ, ଯଦି କେନ୍ଦ୍ର ସରକାରଙ୍କ ଜଣେ କର୍ମଚାରୀ ନିଖୋଜ ହେଉଥିଲେ ତାହେଲେ ଆଇନ ଅନୁସାରେ ତାଙ୍କୁ ମୃତ ଘୋଷଣା କରା ନଯିବା ପର୍ଯ୍ୟନ୍ତ କିମ୍ବା ନିଖୋଜ ହେବାର ୭ ବର୍ଷ ନବିତିବା ପର୍ଯ୍ୟନ୍ତ ତାଙ୍କ ନିକଟତମ ବ୍ୟକ୍ତିଙ୍କୁ ପରିବାର ପେନସନ ମିଳୁ ନଥିଲା। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଫଳରେ ଆତଙ୍କବାଦୀ ପ୍ରଭାବିତରେ କାର୍ଯ୍ୟ କରୁଥିବା କେନ୍ଦ୍ର କର୍ମଚାରୀଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମାନ ଗୋବିନ୍ଦ ସ୍ୱାଇଁ ଙ୍କ ଜଣାଣ

Sunil Chandra Nayak

କଳାହାଣ୍ଡି ପେକ୍ସ ନିର୍ବାଚନରେ ଲାଲୁ – ରାବିଡି ଯୋଡ଼ି ! ଅଞ୍ଚଳରେ ଚର୍ଚ୍ଚାର ବିଷୟ

ଖଡ଼ିଆଳ ଏନଏସି ର ଉପାଦକ୍ଷ୍ୟା ଭାବରେ କଂଗ୍ରେସର ଶକୁନ୍ତଳା ରାଉତ ବିଜୟୀ

Sunil Chandra Nayak

Leave a Comment

error: Content is protected !!