ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

ଡାବୁଗାଁ, ୧୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ (୫୦) କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ ଯେ  ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମରୁ ଗତ ଅଗଷ୍ଟ ମାସରେ ୨୫ କେଭି ଟ୍ରାନ୍ସଫର୍ମର ଚୋରୀ ହୋଇଥିଲା | ଏନେଇ ପାପଡାହାଣ୍ଡି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ୨୦/୮/୨୨ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୩/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ଶନିବାର ପୋଲିସ ଖବର ପାଇ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ ଘରେ ଚଢାଉ କରି ତାଙ୍କ ଠାରୁ ଟ୍ରାନ୍ସଫର୍ମର ଉଦ୍ଧାର କରି ଜବତ କରିଛି | ଏହାସହ ଚନ୍ଦ୍ରସେନ ଗୌଡ ଓରଫ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

Sunil Chandra Nayak

ରାଜ୍ୟର ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ବାବୁଶାନ ଙ୍କ ଦମନ୍ ଆଣିବ ବୈପ୍ଳବିକ ଆନ୍ଦୋଳନ, ଦର୍ଶକ ଫେରିବେ, ହୁଇସିଲ୍ ବାଜିବ

Sunil Chandra Nayak

Leave a Comment

error: Content is protected !!