ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

ଡାବୁଗାଁ, ୧୫/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ପୋଲିସ ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ (୫୦) କୁ ଶନିବାର ଗିରଫ କରି କୋର୍ଟ ଚାଲାଣ କରାଯାଇଛି | ସୂଚନାଯୋଗ୍ୟ ଯେ  ଡାବୁଗାଁ ଥାନା ଅଧୀନ ମାନିଗାଁ ଗ୍ରାମରୁ ଗତ ଅଗଷ୍ଟ ମାସରେ ୨୫ କେଭି ଟ୍ରାନ୍ସଫର୍ମର ଚୋରୀ ହୋଇଥିଲା | ଏନେଇ ପାପଡାହାଣ୍ଡି ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ୨୦/୮/୨୨ ଦିନ ଡାବୁଗାଁ ଥାନା ରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୧୩୩/୨୨ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଥିଲା | ଶନିବାର ପୋଲିସ ଖବର ପାଇ ଡୁମୁଣିଗୁଡା ଗ୍ରାମର ଚନ୍ଦ୍ରସେନ ଗୌଡ ଘରେ ଚଢାଉ କରି ତାଙ୍କ ଠାରୁ ଟ୍ରାନ୍ସଫର୍ମର ଉଦ୍ଧାର କରି ଜବତ କରିଛି | ଏହାସହ ଚନ୍ଦ୍ରସେନ ଗୌଡ ଓରଫ କାଳିଆକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ କହିଛନ୍ତି |

ଡାବୁଗାଁରୁ ପ୍ରଜ୍ଞା ରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

କଳାହାଣ୍ଡି କର୍ଲାପାଟ ରେ ଥିବା ଖଣ୍ଡୁଆଳ ମାଳି କୁ ସୁରକ୍ଷା ଦାବିରେ ବିରାଟ ଜନ ସମାବେଶ

ରାଷ୍ଟ୍ରପତି ନିର୍ବାଚନ: ଭୋଟ ଦେବାକୁ ଆସିଲେ ନାହିଁ ପ୍ରଶାନ୍ତ ଜଗଦେବ

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ ବ୍ୟଙ୍ଗ କବିତା ଇସ୍ତାହାର

Sunil Chandra Nayak

Leave a Comment

error: Content is protected !!