ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ଛାତ୍ରୀ ଇଷିକା ଲାଥ +୨ ବାଣିଜ୍ୟ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର

ଭବାନୀପାଟଣା:୨୯/୭- ମ.ନୀ.ସ:- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ବିକାଶ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାଣିଜ୍ୟ ପରୀକ୍ଷାରେ ଜଣେ ଛାତ୍ରୀ ସର୍ବୋଚ୍ଚ ମାର୍କରଖି ଜିଲ୍ଲାରେ ଟପ୍ପର ପାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେ ହେଲେ ଭବାନୀପାଟଣା ସ୍ଥିତ ମନ୍ଦାରବଗିଚା ପଡାରର ଶ୍ରୀ ମହେଶ କୁମାର ଲାଥ ଓ ମାତା ମୀନା ଲାଥଙ୍କ ଝିଅ ଇଷିକା ଲାଥ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ଯୟନ କରୁଥିବା ଛାତ୍ରୀ +୨ ବାଣିଜ୍ୟ ପରୀକ୍ଷାରେ ୫୫୨ ଅଙ୍କ ରଖି କଳାହାଣ୍ଡି ଟପ୍ପର ହୋଇଛନ୍ତି। ବାଣିଜ୍ୟରେ ମୋଟ ୪୭ ଜଣ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୩ ଜଣ ୯୦% ରୁ ଅଧିକା ମାର୍କ ରଖିଥିବା ବେଳେ ୫୦୦ ରୁ ଉର୍ଦ୍ଧ ୯ ଜଣ ଛାତ୍ରଛାତ୍ରୀ ରଖିଛନ୍ତି,ଏବଂ ୩୭ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବିଜ୍ଞାନ ପରୀକ୍ଷାରେ ଶୁଭଲକ୍ଷ୍ଣୀ ପାଢ଼ୀ ୯୦% ରୁ ଅଧିକ ନମ୍ବର ରଖି ବିଜ୍ଞାନ ଷ୍ଟ୍ରିମ୍ ରେ କଲେଜ ଟପ୍ପର ହୋଇଛନ୍ତି। ବିଜ୍ଞାନ ପରୀକ୍ଷା ଦେଇଥିବା ସମୂଦାୟ ୧୬୫ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୧୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହୋଇଛନ୍ତି। ସଭି ୯୦% ମାର୍କରୁ ଅଧିକ ନମ୍ବର ରଖି ପାସ କରିଛନ୍ତି ଛାତ୍ରଛାତ୍ରୀ ମାନଙ୍କୁ କଲେଜ୍ ପରିସରରେ ସମ୍ବର୍ଦ୍ଧନା କରିବା ସହିତ ଉପଲବ୍ଧ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ସଂସ୍ଥାର ନିର୍ଦ୍ଦେଶକ ଡ.ରାମ କୁମାର ଉପସ୍ଥିତ ରହି ସଫଳତା ପ୍ରାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସଂସ୍ଥାର ଅଧ୍ଯକ୍ଷ ଶ୍ରୀ ଯୁବରାଜ ନାୟକ ଛାତ୍ରଛାତ୍ରୀ ଏବଂ ଅବିଭାବକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଉତ୍ସବରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ ରଙ୍ଗ ଭରା ଫଗୁଣ

Sunil Chandra Nayak

ପିଡ଼ିଏସଚାଉଳ ଯୋଗାଣଗାଡି ଭାରସାମ୍ୟ ହରାଇବାରୁ ପଞ୍ଚାୟତ ଫାଟକ ନଷ୍ଟ

Sunil Chandra Nayak

ବିରିକୋଟ ଗ୍ରାମରେ ପବିତ୍ର ଦୀପାବଳି ପର୍ବ ଅବସରରେ ବାଲିଫୁଲ ପିନ୍ଧା ଉତ୍ସବ

Sunil Chandra Nayak

Leave a Comment

error: Content is protected !!