ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ଜଳବନ୍ଦୀ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତ ବ୍ୟକ୍ତିଙ୍କୁ ୩ କିମି ବୁହାହେଲା ଖଟିଆରେ

ତେନ୍ତୁଳିଖୁଣ୍ଟି -୧୫/୧୦/୨୨:ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ରେ ପୁଣି କଳାହାଣ୍ଡି ଜିଲାର ଜଳବନ୍ଦୀ ଅଞ୍ଚଳରୁ ଆଜି ଜଣେ ଭର୍ତ୍ତି ହୋଇଥିବା ଜଣାପଡିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଥମିବାର ନା ନେଉନି ଅଜଣା ଝାଡାବାନ୍ତି ରୋଗ।ସାଧାରଣତଃ ଥୁଆମୂଳ ରାମପୁର ବ୍ଲକର ଉପାନ୍ତ ଅଞ୍ଚଳ ଗୁଡିକରେ ଏହା ବ୍ୟାପୁଥିବା ସୂଚନା ଆସୁଛି।ଗତ ୩ଦିନ ମଧ୍ୟରେ ୩ ଜଣ ତେନ୍ତୁଳିଖୁଣ୍ଟି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଇନ୍ଦ୍ରାବତୀ ଜଳଭଣ୍ଡାର ଦ୍ବାରା ଜଳବନ୍ଦୀ ଭାବେ ପରିଚିତ ପୋଡାପଦର ପଞ୍ଚାୟତର ଭିତରଡୁଙ୍ଗା ଗ୍ରାମର ଦୁଖୀ ମାଝୀ(୩୦) ଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଭିତରଡୁଙ୍ଗା ଗ୍ରାମରୁ ସ୍ଥାନୀୟ ନଦୀ ଘାଟ ପର୍ଯ୍ୟନ୍ତ ଖଟିଆରେ ବୋହି ବୋହି ଆଣିଥିବା ଦେଖିବାକୁ ମିଳିଥିଲା ।।ଭିତରଡୁଙ୍ଗା ଗ୍ରାମରୁ ନଦୀ ଘାଟ ପ୍ରାୟ ୩ କିଲୋ ମିଟର ରୁ ଉର୍ଦ୍ଧ୍ବ ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ନଦୀ ଘାଟ ଠାରୁ ୧୦୮ ବୋଟ ଅମ୍ବୁଲାନ୍ସ୍ ଯୋଗେ ଇନ୍ଦ୍ରାବତୀ ଜଳଭଣ୍ଡାରେ ପାରହୋଇ ପୋଡ଼ାଗଡ଼ ନଦୀବନ୍ଧ ରେ  ଅଣାଯାଇଥିଲା । ସେଠାରୁ ପୁଣି ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଆମ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

Sunil Chandra Nayak

ମାନସିକ ଅନଗ୍ରସର ଶିଶୁ ମାନଙ୍କୁ ନେଇ ସଚେତନା କାର୍ଯ୍ୟକ୍ରମ

Sunil Chandra Nayak

ବାଲାପଦର ଓ ସେମେଲପଦରରେ ବ୍ୟାପିଲା ଝାଡ଼ାବାନ୍ତି : ଜଣେ ମୃତ, ୮ ଗୁରୁତର

Sunil Chandra Nayak

Leave a Comment

error: Content is protected !!