ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ପ୍ରାଥମିକ ଶିକ୍ଷକ ସଂଘ ର ସାଧାରଣ ବୈଠକ

ବୌଦ୍ଧ -16/10 : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘର ଆଜି ସାଧାରଣ ବୈଠକ ଲୁଣିବାହାଲ ଉପ୍ରା ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅବସର ପ୍ରାପ୍ତ ଶିକ୍ଷକ ସୁଦାମା ଚରଣ ପ୍ରଧାନ ଙ୍କ ସଭାପତିତ୍ବରେ ସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷକ ବିରଞ୍ଚି ନାରାୟଣ ପରିଚୟ ପ୍ରଦାନ କରିଥିଲେ। ପରେ କମିଟି ର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ଶିକ୍ଷକ କୁମୁଦ ଚନ୍ଦ୍ର ପ୍ରଧାନ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ଶିକ୍ଷକ ବାମଦେବ ଦାସ, ଉପସଭାପତି ଭାବେ ଅଜୟ ମିଶ୍ର, , ବୀରେନ୍ଦାସିଆ, ସହ ସମ୍ପାଦକ ଭାବେ କୈଳାସ ବେହେରା, ପ୍ରଶାନ୍ତ କୁମାର ବିଶ୍ଵାଳ, କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ପ୍ରଧାନ ଙ୍କୁ ସର୍ବସମ୍ମତି କ୍ରମେ ମନୋନୀତ କରାଯାଇଛି। ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯିବା ସହିତ ସରକାରଙ୍କ ପାଖରେ ବିଭିନ୍ନ ସମସ୍ୟା ଉପସ୍ଥାପନା ନେଇ ଆଲୋଚନା କରାଯାଇଥିଲା। ଶେଷରେ ଶିକ୍ଷକ ସତ୍ୟ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ହରଭଙ୍ଗା ବ୍ଲକ୍ ର ପ୍ରାୟ 200 ପ୍ରାଥମିକ ବିଦ୍ୟାଳୟ ର 300 ରୁ ଉର୍ଦ୍ଧ୍ବ ଶିକ୍ଷକ ଉପସ୍ଥିତ ଥିଲେ।

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଭବାନୀ ପାଟଣା ଠାରେ ଆନ୍ତର୍ଜାତିକ ଶିଶୁ କନ୍ଯା ଦିବସ ପାଳିତ

Sunil Chandra Nayak

ଅନ୍ଧାରୀ ନଦୀରେ ଭାସିଯାଇଥିବା ଦୁଇ ଯୁବକ ମଧ୍ୟରୁ ଜଣେ ଜୀବନ୍ତ ଉଦ୍ଧାର ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପାରିବ କି ଜୟ କରି

Sunil Chandra Nayak

Leave a Comment

error: Content is protected !!