ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପାଣିରେ ବୁଡି ଛାତ୍ର ଙ୍କ ମୃତ୍ୟୁ

ଡାବୁଗାଁ, ୧୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମରେ ରବିବାର ପାଣିରେ ବୁଡି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମର ମିଲନ ହରିଜନ (୧୬) ଆଜି ପୂର୍ବାହ୍ନ ୧୧ ଘ. ସମୟରେ ଗ୍ରାମ ପାଖ ଝାରମୁଣ୍ଡା ପୋଖରୀକୁ ଗାଧୋଇବାକୁ ଯାଇଥିଲେ | ଗାଧୋଇବା ସମୟରେ ତାଙ୍କର ଗୋଡ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ | ସେଠାରେ ଗାଧୋଉଥିବା ଅନ୍ୟ ଛୋଟ ପିଲାମାନେ ବୁଡି ଯାଉଥିବା ଦେଖି ପାଟି କରି ଆସି ଗ୍ରାମରେ ଖବର ଦେଇଥିଲେ | ପରେ ପରିବାର ଲୋକ ଙ୍କ ସହ ଅନ୍ୟମାନେ ଖୋଜାଖୋଜି କରି ପାଣିରୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପରେ ଅପରାହ୍ନରେ ମୃତକ ଙ୍କ ବଡ ବାପା ନରସିଂ ହରିଜନ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ବିଜୁରାମ ବାଗ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରିବା ପରେ ବ୍ୟବଚ୍ଛେଦ କରଯାଇଥିଲା | ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୨୩/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଅବକାରୀ ବିଭାଗ ଦ୍ବାରା ବିଭିନ୍ନ ସ୍ଥାନରେ ଚଢ଼ାଉ: ଅଟୋ ସହ ଦେଶୀ ମଦ ଜବତ

Sunil Chandra Nayak

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ହୃଦ୍ ଘାତରେ ପରଲୋକ….ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା କିମ୍ପା ହେବା ମନେ ଦୁଃଖି

Leave a Comment

error: Content is protected !!