ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାକାର ଭତ୍ତା ଅଭିବୃଦ୍ଧି ନେଇ ଦାବି କଲା ମହାସଂଘ 

ବାଲେଶ୍ଵର,୧୬/୧୦/୨୨- କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥ ଭଞ୍ଜ ମଣ୍ଡପ ଠାରେ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ସଂଘର ଭଞ୍ଜନଗର ସଂଯୋଜକ ଜୟ କୃଷ୍ଣ ପଟ୍ଟନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସାଙ୍ଗଠନିକ ଆଲୋଚନା କ୍ରମରେ ମହାସଂଘର ଜାତୀୟ ସ୍ତରରେ ପ୍ରସାର ନେଇ ଆଲୋକପାତ କରିଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ କ୍ରମରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନୁଷ୍ଠାନିକ ଶୁଭେଚ୍ଛା ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାକାର ମାନଙ୍କୁ ନିକଟରେ ଚାରି ମାସର କଳାକାର ସହାୟତା ପ୍ରଦାନ କରିଥିବା ବେଳେ ଜନ୍ମଦିନ ଅବ୍ୟବହିତ ପୂର୍ବରୁ ପୁଣି ଆଉ ଗୋଟିଏ ମାସର ଭତ୍ତା ପ୍ରଦାନ କରିଛନ୍ତି । ସେଥିପାଇଁ ମହାସଂଘ ତରଫରୁ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଆନୁଷ୍ଠାନିକ ଭାବେ ସାଧୁବାଦ ଜ୍ଞାପନ କରାଯାଇଛି । ଆବେଦନ କରି ଅପେକ୍ଷାରେ ଥିବା କଳାକାର ମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ଏବଂ ଅନ୍ୟ ପ୍ରଦେଶ ଭଳି ଭତ୍ତାର ପରିମାଣ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କୁ ନିବେଦନ କରାଯାଇଥିଲା । ଏଥିରେ ବିଭିନ୍ନ ସ୍ଥାନରୁ କଳାକାର ଭାଇ ଭଉଣୀ ମାନେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କୁନୁ ବେହେରା, ପ୍ରଦୀପ କୁମାର ସାହୁ, ପେଣ୍ଡ୍ରା ପ୍ରସାଦ ନାୟକ, ବାଲାଜୀ ସାମନ୍ତରାୟ, ବାଲେଶ୍ଵର କଳାକାର ତଥା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ରାଜେନ୍ଦ୍ର ପଣ୍ଡା, ପ୍ରମୋଦ କୁମାର ଦଣ୍ଡସେନା, କିଶୋର କପୂର୍, ଗୀତା ସ୍ୱାଇଁ, ବନ୍ଦନା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ବୁଗୁଡ଼ା ସଂଯୋଜକ ତ୍ରିଲୋଚନ ପଣ୍ଡା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ମା ପେନ୍ଦ୍ରାଣୀ ଦେବୀଙ୍କ ଦଶହରା ପର୍ବ ଅନୁଷ୍ଠିତ

Sunil Chandra Nayak

ପ୍ରକାଶ ପାଇଲା ଚଳିତ ବର୍ଷର ଶେଷ ଫଟୋ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟ ର ପରିସମାପ୍ତି ନେଇ ମୁଖ୍ୟମନ୍ତ୍ରୀ ଙ୍କୁ  ଅଶେଷ ଧନ୍ୟବାଦ ଜଣାଇଲେ ଓଡିଶା ଅମଲା ସଙ୍ଘର ସଭାପତି

Sunil Chandra Nayak

Leave a Comment

error: Content is protected !!