ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବାରଙ୍ଗପାଲିଆ ପଧାନ ପରିବାର ର ପ୍ରଥମ କୁଳ ମହୋତ୍ସବ ପାଳିତ

ନର୍ଲା :-(ମସିହା) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରତନପୁର(ଆମ ପଡା)ଠାରେ ପ୍ରଥମ ବାରଙ୍ଗପାଲିଆ ପଧାନ ପରିବାର ର କୁଳ ମହୋତ୍ସବ ପାଳିତ ହୋଇ ଯାଇଛି । କଳାହାଣ୍ଡି ଜିଲାର ଆଠଟି ବ୍ଳକ ର ୭୧ ଟି ଗ୍ରାମରେ ଥିବା ୨୩୦୦ରୁ ଅଧିକ ପରିବାର ସଦସ୍ୟ ପ୍ରଥମ ଥର ପାଇଁ ଏକତ୍ରିତ ହୋଇ ଗ୍ରାମରେ ମଶାଲ ଶୋଭାଯାତ୍ରା , କୂଳଦେବୀ ରାମଚଣ୍ଡୀ ଙ୍କ ସାମୁହିକ ପୂଜାର୍ଚନା କରିଥିଲେ ।ଏହି ଅବସରରେ କୁଳ ସଭାପତି ଗିରିଷ ଚନ୍ଦ୍ର ପଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ସମ୍ପାଦକ ଆଦିତ୍ୟ ପଧାନ ବିବରଣୀ ପାଠ କରିଥିଲେ । ଉପସଭାପତି କୃଷ୍ଣ ଚନ୍ଦ୍ର ପଧାନ, ମୁଖ୍ୟବକ୍ତା ପ୍ରକୃତିବନ୍ଧୁ, କବି କ୍ଷୀତିପତି ପଧାନ, କୋଷାଧ୍ୟକ୍ଷ ବୃନ୍ଦାବନ ପଧାନ, ସଂଯୋଜକ ପ୍ରଦୀପ ପଧାନ, ଭାଷା ସାହିତ୍ୟ ଗବେଷକ ଜଗଦୀଶ ପଧାନ, ଜିଲ୍ଲା କୂଳଥା ସମାଜ ସଭାପତି କେଶବ ଭୋଇ, ସମ୍ପାଦକ ବିଜୟ ଭୋଇ, ମନ୍ଦିର ସଭାପତି ପୂର୍ଣଚନ୍ଦ୍ର ପଧାନ, ବଂଶ ସୁରକ୍ଷା ସଭାପତି କେଶବ ବିଶ୍ୱାଳ ଓ ଜିଲ୍ଲା ସଂଯୋଜକ ଶରତ ଚନ୍ଦ୍ର ଭୋଇ ଙ୍କ ସମେତ କୁଳ ର ବହୁ ବରିଷ୍ଠ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।ପ୍ରାରମ୍ଭ ରେ ଟିତକେଲା ସଂକୀର୍ତ୍ତନ ମଣ୍ଡଳୀ ତରଫରୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଅବସରରେ କଳାହାଣ୍ଡି ସାମ୍ବାଦିକ ସଙ୍ଘ ର ସଭାପତି ତଥା ବରିଷ୍ଠ ସାମ୍ବାଦିକ ମହମ୍ମଦ ଅଲ୍ଲୀ ଙ୍କୁ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ଗୋଟିଏ ପରିବାର ର ଶତାଧିକ ସଦସ୍ୟ ସଦସ୍ୟା ମାନଙ୍କ ଗହଣରେ ପରିବାର ର ଗୌରବମୟ ଇତିହାସ ଓ ସାମ୍ପ୍ରତିକ ପରିସ୍ଥିତିରେ ସମସ୍ତ ପରିବାର ଏକତ୍ରିତ ହୋଇ ସମାଜର ଉନ୍ନତି ପାଇଁ ଉଦ୍ୟମ କରିବା ପାଇଁ ମତ ପ୍ରକାଶ ପାଇଥିଲା ।

ଦୀପକ କୁମାର ଠାକୁର, ନର୍ଲା

Related posts

ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚାଳକ 

Sunil Chandra Nayak

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!