ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଗାମୀ ଶୀତ ଅଧିବେଶନ ବେଳେ ରେଳ ଚଳାଚଳ ପାଇଁ ଦାବି

ରାଉରକେଲା/ ଉତ୍ତର ଓଡିଶା ରେଳ ଯୋଗାଯୋଗ ସମନ୍ବୟ ସମିତିର ସଭାପତି ଉପେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ଏକ କାର୍ଯ୍ୟକାରିଣୀ ବୈଠକ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଙ୍କ ପରିଚାଳନାରେ ସେକ୍ଟର ୩ ସ୍ଥିତ ଖଡ଼ଗ ଭବନରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ନିମ୍ନଲିଖିତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଯଥା:- ଧାମନଗରରେ ମାନ୍ୟବର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ଅଗ୍ରଗତି ସମ୍ପର୍କରେ ଅବଗତ କରାଇବା। ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର,,ଭଦ୍ରକ,ଯାଜପୁର, କେନ୍ଦ୍ରାପଡ଼ା ଓ ବାଲେଶ୍ବରୁ ୨୦ ଜଣ ଲେଖାଏଁ ସକ୍ରୀୟ ସଭ୍ୟଙ୍କୁ ଯୋଗାଯୋଗ କରିବା, ନଭେମ୍ବର ପ୍ରଥମ ସପ୍ତାହରେ ୭ଟି ଜିଲ୍ଲାର ମୋଟ ୧୪୦ ଜଣ ସକ୍ରିୟ ସଦସ୍ୟଙ୍କୁ ନେଇ ଏକ ସମାବେଶ ଓ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିବା ସହ ଆଗାମୀ ଶୀତ ଅଧିବେଶନର ରେଳ ଚଳାଚଳ ପାଇଁ ଦାବି ଉପସ୍ଥାପନ କରାଯିବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ହେବ। ଏହି ବୈଠକରେ ଶଶଧର ପାତ୍ର, ଜଗନ୍ନାଥ ରାଉତ, ଶମ୍ଭୁନାଥ ପରିଡ଼ା, ସତ୍ୟାନନ୍ଦ ବେହେରା, ଭଗବାନ ମହାପାତ୍ର, ସଦାନନ୍ଦ ସାହୁ, ନିତ୍ୟାନନ୍ଦ ପଟ୍ଟନାୟକ, ସଂଗ୍ରାମ କେଶରୀ ମହାନ୍ତି, ଅମୂଲ୍ୟ ବରାଳ ଓ ମନୋରଞ୍ଜନ ଦାସ ଆଦି ଉପସ୍ଥିତ ରହି ନିଜ ନିଜର ମତବ୍ୟକ୍ତ କରିଥିଲେ। ଶେଷରେ ଶମ୍ଭୁନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଓଡ଼ିଆ ଚଳଚ୍ଚିତ୍ର ଭୋକ ଅନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା ମାତୃଦିବସ୍‌ ଦିନେ ମାଆଁର୍‌ ପଦେ

Sunil Chandra Nayak

ଖଡ଼ିଆଳ ଗାନ୍ଧି ନଗର ରେ ନିଆଁ

Leave a Comment

error: Content is protected !!