ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନ ନଈରେ ଢେଉ

 ଜୀବନ ନଈରେ ଢେଉ

  ତ୍ରିଲୋଚନ ପାଢୀ

           (ଶିକ୍ଷକ )
ଜୀବନ ନୁହଁଇ 
ଗୋଲାପର ଶେଯ 
ସୁଖ ଥିଲେ ଦୁଃଖ ଥାଏ 
ପାଣି ଫୋଟକାର 
ସମ ଏ ଜୀବନ 
ଜନ୍ମିଲେ ମରଣ ହୁଏ l
ନଈ ସମୁଦ୍ରର
ଜଳରାଶିରେ 
ଢେଉ ସଦା ସୃଷ୍ଟିହୁଏ 
ଲହରୀ ମାଳାରେ 
ବେଳାଭୂମି ତଟେ 
ଆସି ମୁଣ୍ଡ ପିଟୁଥାଏ l
ଢେଉ ପ୍ରଭାବରେ 
ତଟ ଭୂମିପରେ 
ବାଲୁକା ଶଯ୍ୟାର 
ହୋଇଥାଏ କ୍ଷୟକ୍ଷତି 
ବର୍ଷା ବତାସରେ 
ବନ୍ୟା ସମୟେ 
ଢେଉ ହୁଏ ଭୟଙ୍କର ଅତି l
କର୍ମ ବାମହେଲେ 
ନିଷ୍ଠୁର ଦଇବ 
ସାଧନ୍ତି ଅଶେଷ ଦାଉ 
ଜୀବନରେ ଆସେ 
ନାନା ଝଡ଼ଝଞ୍ଜା 
ଦୁଃଖ, ରୋଗ, ଶୋକ ଢେଉ l
ଜୀବନ ଅଛି ତ 
ସମସ୍ୟା ଆସିବ 
ଢେଉ ପରି ଚାଲିଯିବ 
ସବୁ ସହିବାକୁ 
ଛାତିକୁ ପଥର 
କରିବାକୁ ଏଠି ହେବ ll
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର, ନାଉଗାଁ 
ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ 
ଜିଲ୍ଲା :-ଜଗତସିଂହପୁର 

Related posts

ଶ୍ରୀପୁର ବାଲିଘାଟରୁ ବାଲି ଚୋରା ଚାଲାଣ ବେଳେ ଧରାପଡିଲା ଦୁଇଟି ଟ୍ରାକ୍ଟର

Sunil Chandra Nayak

ସାଧନା ପଣ୍ଡା ଙ୍କ କବିତା ଚିଠି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମାଟିର ମଣିଷ 

Sunil Chandra Nayak

Leave a Comment

error: Content is protected !!