ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଂଗଲି କନ୍ଦା କୁ ନେଇ ଗ୍ରାହକ ଟଣାଅଟରା

ତେନ୍ତୁଲିଖୁଣ୍ଟି -15 10 /22-ତେନ୍ତୁଳିିଖୁଣ୍ଟି ବ୍ଳକ ପୂଜାରୀଗୁଡା ସାପ୍ତାହିକ ହାଟରେ ଆଜି ଜଂଗଲି କନ୍ଦା ବଜାର ର ମୁଖ୍ୟ ଆକର୍ଷଣ ଥିଲା। ଏହା ଗ୍ରାହକଙ୍କୁ୍ ଆକର୍ଷିତ କରିଥିଲା।ଏହି କନ୍ଦା କୁ ତୋରଗିଆ କନ୍ଦା ବୋଲି କହନ୍ତି । କେବଳ  ଏହି ସମୟରେ ହିଁ ମିଳିଥାଏ।ବର୍ଷା ଋତୁ ସରିବା କୁ ହେଉଥିବ ଶୀତ ଋତୁ ଆରମ୍ଭ ହେଉ ଥିବା ସମୟରେ ମିଳିଥାଏ।ଏହି କନ୍ଦା ବନ ଜଙ୍ଗଲ ଭିତରେ ହିଁ ମିଳିଥାଏ । ଏହି ଜିନିଷ ତା ନିଜ ଇଚ୍ଛାରେ ଚାରା ହୋଇ କନ୍ଦା ହୋଇଥାଏ । ଏହି କନ୍ଦା କୁ ଲଗେଇଲେ ହୁଏ ନାହିଁ । ଜଂଗଲ ଭିତରେ ବସବାସ କରୁଥିବା ମହିଳା ପୁରୁଷ ମାନେ ଜଙ୍ଗଲ ଜଙ୍ଗଲ ବୁଲି ବୁଲି ସଂଗ୍ରହ କରି ହାଟ କୁ ଆଣିଥାନ୍ତି। ତେନ୍ତୁଳିିଖୁଣ୍ଟି ପଂଚାୟତ ମଙ୍ଗରଦୋରା, ନୂଆଗୁଡା, ମଧୁଗୁଲୁମି ,ଓ ପୂଜାରୀଗୁଡା ପଂଚାୟତ ର ମଧ୍ୟ କେତେକ ଗ୍ରାମ ର ପରିବାରଏହି ସମୟରେ ମହିଳାମାନେ ଶାବଳ ଧରି କନ୍ଦା ଖୋଜିବାକୁ ଯାଆନ୍ତି। ଆଜି ସପ୍ତାହିକ ହାଟ ଶନିବାର ପୂଜାରୀଗୁଡା ରେ କନ୍ଦା କିଣିବାକୁ ଗ୍ରାହକ ମାନଙ୍କ ବହୁତ ଭିଡ ଦେଖିବାକୁ ମିଳିଥିଲା ଏହି କନ୍ଦା କୁ ଓଜନ ଅନୁସାରେ ବିକ୍ରି କରିନଥାନ୍ତିି। କେବଳ ମହିଳାମାନେ ଟୋକେଇ ରେ ଆଣିଥିବା କନ୍ଦା ପସରା ମେଲେଇ କୁଡ କୁଡ କରି ବିକି ଥାଆନ୍ତି।ଏହି ଗୋଟିଏ ଟୋକେଇ ର ଦାମ 150ରୁ 200 ଟଙ୍କା ରେ ବିକ୍ରୀ ହେଉଥିବା ଦେଖିବାକୁ ମିଳିଥିଲା।ଏହି କନ୍ଦା ମାଟି ଭିତରୁ ବାହାରି ଥାଏ ବିନା ସାର କନ୍ଦା ବହୁତ ସୁଆଦିଆ ହୋଇ ଥାଏ ।ଏହା ଖାଇବା ଦ୍ଵାରା ଝାଡା ସଫା ହୋଇ ଥାଏ ବୋଲି କହିଥାନ୍ତି।ଗୋଟିଏ କି ଦୁଇ ଦିନ ଭିତରେ ଖୋଲି ଥିବା କନ୍ଦା ହି ବହୁତ ସୁଆଦିଆ ହୋଇ  ଥାଏ ବୋଲି କହିଥାନ୍ତି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଲିଖୁଣ୍ଟି

Related posts

ଷ୍ଟେଟ ଲେବଲ ପାୱାର ଲିଫ୍ଟିଙ୍ଗ ୨୦୨୨, ଭାଗ ନେବେ, ନବରଙ୍ଗପୁର ଜିଲ୍ଲାରୁ ୭ ପ୍ରତିଯୋଗୀ

Sunil Chandra Nayak

ଦିନ ଦ୍ବିପହରରେ ବ୍ଯାଙ୍କ ଡକାୟତି

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!