ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଦ କୋଠୀ ପାଲଟିଛି ଅଙ୍ଗନୱାଡ଼ି କେନ୍ଦ୍ର ପାଇଁ ନିର୍ମିତ ଗୃହ !

ଗୋଳାମୁଣ୍ଡା ସିଡିପିଓ ଙ୍କ ଦରଲିପଡା ସର୍ଜମିନ ତଦନ୍ତ ପରେ ଏଣିକି ଶିଶୁ , ଗର୍ଭବତୀ ମହିଳା ,କିଶୋରୀ ପାଇବେ ସମସ୍ତ ସୁବିଧା

ଗୋଳାମୁଣ୍ଡା/ମସିହା/୧୧/୫/କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ଲୋକଙ୍କ ସୁବିଧା ସୁଯୋଗ ପାଇଁ ହେଲେ ଲୋକେ ତାହା ପାଇବାରୁ ବଞ୍ଚିତ ହେଉଛନ୍ତି । ସରକାର କୋମଲ ମତି ଶିଶୁ, କିଶୋରୀ , ଗର୍ଭବତୀ ମହିଳାମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ ଓ ଶିକ୍ଷା ଭଳି ମୌଳିକ ସୁବିଧା ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖିଥିଲ। ବେଳେ ତଳ ସ୍ତରରେ ଦୂରଦୃଷ୍ଟି ଓ ତାଳ ମେଳ ଅଭାବ ଯୋଗୁଁ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।କେତେକାଂଶରେ ଲକ୍ଷ ଲକ୍ଷ ଟଙ୍କାର ଗୃହ ନିର୍ମାଣ ରେ ଖର୍ଚ୍ଚ ହୋଇ ୭/୮ବର୍ଷ ହେଲା ପ୍ରଶାସନ ନିକଟରେ ପ୍ରମାଣ ନ ଥିବାରୁ ଭୁତକୋଠରୀ ବା ମଦବୋତଲ ଭର୍ତ୍ତି ହୋଇଥିବା ଚର୍ଚ୍ଚାର ବିଷୟ ହୋଇ ଉଠିଛି, ଏଭଳି ଘଟଣା ଦେଖା ଦେଇଛି, ଗୋଳାମୁଣ୍ଡା ବ୍ଲକ ସ୍ଥିତ ଖମାରହଳଦି ପଂଚାୟତର ଦରଲିପଡାରେ ତିଆରି ହୋଇଥିବା ଅଙ୍ଗନୱାର୍ଡ ଗୃହ ଆଠ ନଅ ବର୍ଷ ବିତିଯାଇଥିଲେ ମଧ୍ୟ ଅଙ୍ଗନୱାର୍ଡ ଶିକ୍ଷା ବ୍ୟବସ୍ଥାର କାର୍ଯ୍ୟ ନ ହେବାରୁ ଗୃହର କୋଠରୀରେ ଅସଂଖ୍ୟ ଭାବେ ମଦବୋତଲ ରହିଥିବା ଘଟଣା ଗଣମାଧ୍ୟମରେ ପ୍ରକାଶ ହେବାରୁ ଗୋଳାମୁଣ୍ଡା ସିଡିପିଓ ପ୍ରେମମଞ୍ଜୁରୀ ସାହୁ ଗତକାଲି ଯାଇ ତଦନ୍ତ କରି ଜାଣି ପାରିଲେ ଯେ ଅଦ୍ୟାବଧି ଉକ୍ତ ଗୃହ ଆମ କାର୍ଯ୍ୟାଳୟ କୁ ହସ୍ତଗତ ହୋଇ ନାହିଁ ବୋଲି ସର୍ଵ ସାଧାରଣଙ୍କ ଠାରେ ପ୍ରକାଶିତ କରିଥିଲେ, ଏହା ପରେ ସେହି ଦରଲୀପଡ଼ାରେ ଥିବା ୧୬ଜଣ କୋମଳ ମତି ଶିଶୁ, ଗର୍ଭବତୀ ମହିଳାଙ୍କ ପାଇଁ ବହୁ ଦିନଧରି ଆବଶ୍ୟକ ଛତୁଆ, ଅଣ୍ଡା,ଓଜନ ନକରିବା ଇତ୍ୟାଦି ନ ପାଇବାର ଅଭିଯୋଗ କରିଥିଲେ, ଉପସ୍ଥିତ ମହିଳା ଦମୟନ୍ତି ମାଝୀ, ବିଶ୍ମିତା ମାଝୀ, ସୁଶୀଲା ମାଝୀ, ଚନ୍ଦ୍ରକଳା ମାଝୀ, ଅନିରୁଦ୍ଧ ମାଝୀ, ମୁନିମାଝୀ, ନରେନ୍ଦ୍ର ନାଇକ ୱାର୍ଡମେବର ସୀତାକାନ୍ତ ମାଝୀ, ଅବସର ଶିକ୍ଷକ ବେଣୁଧର ମାଝୀ, ପ୍ରମୁଖ ଙ୍କ ଦ୍ଵାରା ସଭାରେ ଅନେକ ପ୍ରକାର ସମସ୍ୟାର ଅଭିଯୋଗ ଉପରେ ସିଡିପିଓ ପ୍ରେମମଞ୍ଜୁରୀ ସାହୁ ମହାଶୟା ସମାଧାନ କରିବା ସହ ଦୈନିକ ଅଙ୍ଗନୱାର୍ଡ କର୍ମୀ ଓ ହେଲଫର କାମ କରିବାପାଇଁ ତାଗିଦ କରିବା ସହିତ ତିଆରି ହୋଇ ଅକାମି ରହିଥିବା ଗୃହ ବିଷୟରେ ବିଡିଓ ଗୋଳାମୁଣ୍ଡା ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ,। ଏଠାରେ ସୂଚନାଯୋଗ୍ୟ ଯେ , ଅଦ୍ୟାବଧି ଅଙ୍ଗନୱାଡ଼ି କେନ୍ଦ୍ର ନିକଟସ୍ଥ ଅମଗୁଡ଼ା ରେ ଚାଲିଛି କିନ୍ତୁ ଫୋର୍ ୱେ ରାସ୍ତାରେ ତିନି କିମି ଦୂର ଯିବା ଶିଶୁ ମାନଙ୍କ ପାଇଁ ସମ୍ଭବ ନୁହେଁ ଏଣୁ ଦର୍ଲିପଡ଼ା ରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ରେ ଏକ ମିନି ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି କରିବା ପାଇଁ ଶୁଣାଣି ବୈଠକରେ ଉପସ୍ଥିତ ମହିଳା ମାନେ ଦାବି କରି ଥିଲେ , ଯାହା ଉପର ମହଲରୁ ଅନୁମତି ନେଇ କରାଯିବ ବୋଲି ସିଡ଼ିପିଓ ପ୍ରତିଶୃତ ଦେଇଥିଲେ।

ଗୋଇଲଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ମେଦିନିପୁର କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

Sunil Chandra Nayak

ସରକାରୀ ଆବସ ଗୃହ କାହା ପାଇଁ ? ମୁରା ଗଉଡ଼ ଘରଖଣ୍ଡିକ ପାଇଁ ନୟାନ୍ତ

ନର୍ଲା ପ୍ରାଥମିକ ଶିକ୍ଷକ ସଂଘ ର ନୂତନ କର୍ମକର୍ତା ଙ୍କ ଶପଥ ଗ୍ରହଣ ସମାରୋହ

Sunil Chandra Nayak

Leave a Comment

error: Content is protected !!