ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଞ୍ଚାୟତକୁ ଯିବାକୁ ରାସ୍ତା ସାଜୁଛି ସାଜୁଛି ବାଧକ

ଡାବୁଗାଁ, ୧୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମ ପଞ୍ଚାୟତକୁ ଯିବାପାଇଁ ରାସ୍ତା ସାଜୁଛି ବାଧକ । ଉକ୍ତ ପଞ୍ଚାୟତକୁ ଝାଲିଆଗୁଡା, ସରାଗୁଡା, କେନ୍ଦୁଗୁଡା ଓ ନୁଆଗୁଡା ଲୋକେ ପଞ୍ଚାୟତକୁ ନିଜ ନିଜର ଗୁହାରୀ ଜଣାଇବାକୁ ଯିବାକୁ ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ବହୁ ବିଳମ୍ବ ହେବା ସହ ଛୋଟ ବଡ ଦୁର୍ଘଟଣାକୁ ସାମ୍ନା କରିବାକୁ ପଡୁଛି । ଉକ୍ତ ରାସ୍ତା ଦେଇ ବୁଢା, ବୁଢି ଲୋକ ରାସନ କାର୍ଡ ଧରି ଚାଉଳ ପାଇଁ ପଞ୍ଚାୟତକୁ ମାସକୁ ଥରେ ଯିବାକୁ ପଡୁ ଥିବାବେଳେ ରାସ୍ତା ଖରାପ ଯୋଗୁ ଉକ୍ତ ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏନେଇ ଉକ୍ତ ଗ୍ରାମବାସୀ ମାନେ ପଲ୍ଲିସଭାରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କୁ ଅବଗତ କରାଇଛନ୍ତି, ହେଲେ ଫଳ ଶୁନ ହୋଇଛି । ଉକ୍ତ ରସ୍ତା ମରାମତି ଦିର୍ଘ ୭ ବର୍ଷରୁ ଊର୍ଦ୍ଧ୍ଵ ହୋଇଥିଲେ ହେଁ କାହାରି ନଜର ପଡୁନାହିଁ । ସରାଗୁଡା ଛକରୁ କୋଇଲାରୀ ପଞ୍ଚାୟତକୁ ମାତ୍ର ୪ କିମି ଦୁରତ୍ଵ ରହିଛି, ଯଦି ଡାବୁଗାଁ ଦେଇ କୋଇଲାରୀ ପଞ୍ଚାୟତକୁ ଯିବେ,ତେବେ ଆନୁମାନିକ ୧୫ କିମି ଦୁରତ୍ଵ ହେବ । ଏଣୁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରସ୍ତା ଉପରେ ନଜର ଦେଇ ରାସ୍ତା ର ତୁରନ୍ତ ମରାମତି କରାଇଲେ ଉକ୍ତ ଗ୍ରାମବାସୀ ନିରାପଦରେ ଯାତାୟତ କରିପାରିବେ ବୋଲି ସମ୍ପୃକ୍ତ ଗ୍ରାମର ଲୋକେ ମତ ବ୍ୟକ୍ତ କରିଛନ୍ତି । ଏବେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତା କେବେ ନିର୍ମାଣ କରୁଛି ଦେଖିବାକୁ ବାକି ରହିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ରିପୋର୍ଟ

Related posts

ପ୍ରଶାନ୍ତ କୁମାର ନାଥ ଙ୍କ କବିତା କାଶତଣ୍ଡୀ ଶୋଭା

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

ନବରଙ୍ଗପୁର ରେ ” ଓଡିଶା A1 ନିୟୁଜ ” ଅଫିସ ରୁ ଚୋରି

Sunil Chandra Nayak

Leave a Comment

error: Content is protected !!