ଡାବୁଗାଁ, ୧୬/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କୋଇଲାରୀ ଗ୍ରାମ ପଞ୍ଚାୟତକୁ ଯିବାପାଇଁ ରାସ୍ତା ସାଜୁଛି ବାଧକ । ଉକ୍ତ ପଞ୍ଚାୟତକୁ ଝାଲିଆଗୁଡା, ସରାଗୁଡା, କେନ୍ଦୁଗୁଡା ଓ ନୁଆଗୁଡା ଲୋକେ ପଞ୍ଚାୟତକୁ ନିଜ ନିଜର ଗୁହାରୀ ଜଣାଇବାକୁ ଯିବାକୁ ହେଲେ ରାସ୍ତା ଅବସ୍ଥା ଖରାପ ଥିବାରୁ ବହୁ ବିଳମ୍ବ ହେବା ସହ ଛୋଟ ବଡ ଦୁର୍ଘଟଣାକୁ ସାମ୍ନା କରିବାକୁ ପଡୁଛି । ଉକ୍ତ ରାସ୍ତା ଦେଇ ବୁଢା, ବୁଢି ଲୋକ ରାସନ କାର୍ଡ ଧରି ଚାଉଳ ପାଇଁ ପଞ୍ଚାୟତକୁ ମାସକୁ ଥରେ ଯିବାକୁ ପଡୁ ଥିବାବେଳେ ରାସ୍ତା ଖରାପ ଯୋଗୁ ଉକ୍ତ ଗ୍ରାମବାସୀ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି । ଏନେଇ ଉକ୍ତ ଗ୍ରାମବାସୀ ମାନେ ପଲ୍ଲିସଭାରେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହି ଅଧିକାରୀଙ୍କୁ ଅବଗତ କରାଇଛନ୍ତି, ହେଲେ ଫଳ ଶୁନ ହୋଇଛି । ଉକ୍ତ ରସ୍ତା ମରାମତି ଦିର୍ଘ ୭ ବର୍ଷରୁ ଊର୍ଦ୍ଧ୍ଵ ହୋଇଥିଲେ ହେଁ କାହାରି ନଜର ପଡୁନାହିଁ । ସରାଗୁଡା ଛକରୁ କୋଇଲାରୀ ପଞ୍ଚାୟତକୁ ମାତ୍ର ୪ କିମି ଦୁରତ୍ଵ ରହିଛି, ଯଦି ଡାବୁଗାଁ ଦେଇ କୋଇଲାରୀ ପଞ୍ଚାୟତକୁ ଯିବେ,ତେବେ ଆନୁମାନିକ ୧୫ କିମି ଦୁରତ୍ଵ ହେବ । ଏଣୁ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରସ୍ତା ଉପରେ ନଜର ଦେଇ ରାସ୍ତା ର ତୁରନ୍ତ ମରାମତି କରାଇଲେ ଉକ୍ତ ଗ୍ରାମବାସୀ ନିରାପଦରେ ଯାତାୟତ କରିପାରିବେ ବୋଲି ସମ୍ପୃକ୍ତ ଗ୍ରାମର ଲୋକେ ମତ ବ୍ୟକ୍ତ କରିଛନ୍ତି । ଏବେ ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ଉକ୍ତ ରାସ୍ତା କେବେ ନିର୍ମାଣ କରୁଛି ଦେଖିବାକୁ ବାକି ରହିଲା ।
ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ରିପୋର୍ଟ