ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିବେଶକଙ୍କୁ ଭେଟୁଛନ୍ତି ନବୀନ : ସଫ୍ଟୱୟାର କମ୍ପାନୀ ମାଇକ୍ରୋସଫ୍ଟର ଓ ଭାରତ ବାୟୋଟେକ କମ୍ପାନୀ ମୁଖ୍ୟଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଆଜି ହାଇଦ୍ରାବାଦରେ ମେକ ଇନ ଓଡ଼ିଶା ଇନଭେଷ୍ଟର ମିଟ

ଆଜି ହାଇଦ୍ରାବାଦରେ ଅନୁଷ୍ଠିତ ହୋଇଛି ମେକ ଇନ ଓଡ଼ିଶା ଇନଭେଷ୍ଟର ମିଟ । ପୁଞ୍ଜିପତିଙ୍କ ସହ ସିଧସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ଠାରୁ ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସହିତ ୫ଟି ସଚିବ ଭି କେ ପାଣ୍ଡିୟାନ୍ ମଧ୍ଯ ଅଛନ୍ତି।ମୁଖ୍ୟମନ୍ତ୍ରୀ ସିଧାସଳଖ ବଡ ଶିଳ୍ପପତିଙ୍କ ସହ କଥା ହୋଇ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି । ମାଇକ୍ରୋସଫ୍ଟ, ପିଡବ୍ଲୁସି, ଡେଲୋଏଟ୍‌, ଭାରତ ବାୟୋଟେକ୍, ଓରାକଲ୍‌, କିମ୍‌ସ, ଏସ୍‌ଏମ୍ଏସ୍‌ ଫାର୍ମା, ତୋଷାଳି ସିମେଣ୍ଟ୍‌ସ, ମାଇ ହୋମ୍, ମେଘା ଇଞ୍ଜିନିୟରିଂ, ରାମ୍‌କି, କଣ୍ଟ୍ରୋଲ୍‌ ଏସ୍‌, ଆପୋଲୋ ହସ୍ପିଟାଲ୍‌ସ ଆଦି ସଂସ୍ଥା ଭଳି ୪୦ ସଂସ୍ଥାର  ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର କାର୍ଯ୍ୟକ୍ରମ ଥିଲା। ରବିବାର ଦିନ ମୁଖ୍ୟ ସଚିବ ସୁରେଶ ମହାପାତ୍ର ୧୩ଟି ସଂସ୍ଥାର ମୁଖ୍ୟ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ।

ଓପୋନ୍ କ୍ୟୁବ୍ ଟେକ୍ନୋଲୋଜିସ୍‌ର ପ୍ରତିଷ୍ଠାତା ବିନୋଦ ପି, ବିଞ୍ଜ୍ରାଜ୍‌କା ଭାଲ୍ୟୁ ଷ୍ଟିଲ୍‌ସର ସିଏମ୍‌ଡି ଦୀନେଶ ବ୍ରିଞ୍ଜ୍ରାଜ୍‌କା, ଶ୍ରୀଚକ୍ର ପଲିପ୍ଲାଷ୍ଟ୍‌ର ସିଇଓ ପି ଭି ରବିନ୍ଦ୍ର, ଜେମିନି ଅଏଲ୍‌ସ ଆଣ୍ଡ୍‌ ଫ୍ୟାଟ୍‌ସର ପରିଚାଳନା ନିର୍ଦେଶକ ପ୍ରଦୀପ ଚୌଧୁରୀ, ରାଧା ଟିଏମ୍‌ଟିର ଏମ୍‌ଡି ସୁମନ ସରାଫ, ସୁଧାକର ପାଇପ୍‌ସର ଏମ୍‌ଡି ଜୟଦେବ ମେଳା, ଅଗ୍ନିନାଇନ୍‌ ଗ୍ରୁପ୍‌ର ଅଧ୍ୟକ୍ଷ ଜି ଭି ସୁରେଶ ବାବୁ, ଏସ୍‌ଭି ଇକ୍ବିପ୍‌ମେଣ୍ଟ୍‌ର ଅଧ୍ୟକ୍ଷ କେ ନାଗେଶ୍ବର ରାଓ, ଏସ୍‌କେ ଫେବ୍ରିକେସନ୍ସର ଅଧ୍ୟକ୍ଷ କେ କୀରଣ କୁମାର, ପିଏସ୍‌ଆର୍‌ ଗ୍ରାନାଇଟ୍‌ସର ଏମ୍‌ଡି ସୁମେଘା ଶ୍ୟାମ ଏସ୍‌ ଓ ଲକ୍ଷ୍ମୀ ସ୍ପିନିଂ ମିଲ୍‌ସର ଏମ୍‌ଡି ଆର୍‌ ରେଡ୍ଡିଙ୍କୁ ସେ ସାକ୍ଷାତ କରିଛନ୍ତି । ସନ୍ଧ୍ୟାରେ ପ୍ରାୟ ୩ଶହ ଶିଳ୍ପ ପ୍ରତିନିଧିଙ୍କୁ ଭେଟିବେ ରାଜ୍ୟ ସରକାରଙ୍କ ପ୍ରତିନିଧି । ଶିଳ୍ପମନ୍ତ୍ରୀ, ଶିଳ୍ପ ସଚିବଙ୍କ ସହ ଅନ୍ୟ ପ୍ରତିନିଧି ବି ଶିଳ୍ପପତିଙ୍କୁ ଭେଟି ଓଡ଼ିଶା ଆମନ୍ତ୍ରଣ କରିବେ । ଓଡ଼ିଶାରେ ପୁଞ୍ଜି ନିବେଶ ନେଇ କଣ ସୁବିଧା ସୁଯୋଗ ରହୁଛି, ସରକାର କଣ ସୁବିଧା ସୁଯୋଗ ଦେଉଛନ୍ତି ସେ ନେଇ ପୁଞ୍ଜିପତିଙ୍କୁ ଅବଗତ କରିବା ସହ ମେକ୍ ଇନ ଓଡ଼ିଶା ତୃତୀୟ ସଂସ୍କରଣରେ ଯୋଗ ନେବାକୁ ଆମନ୍ତ୍ରଣ କରାଯାଇଛି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖାଟୁଶ୍ୟାମ ବାବାଙ୍କ ଫାଲଗୁନ ମେଳା ଓ ନିଶାନ ପଦଯାତ୍ରା

Sunil Chandra Nayak

ଭାରତର ଅଗ୍ରଣୀ ଓଡିଆ ମନୋରଂଜନ ଚ୍ୟାନେଲ – ଜୀ ସାର୍ଥକ ତାର ସମ୍ପୂର୍ଣ୍ଣ ନୂଆ ବ୍ରାଣ୍ଡ ପରିଚୟ ଉପସ୍ଥାପନ କରୁଛି

Sunil Chandra Nayak

ରାଜ୍ୟରେ ନିର୍ମାଣ ହେବ ୩୩୮ଟି ନୂଆ ଡାକ୍ତରଖାନା ଓ ସ୍ବାସ୍ଥ୍ୟ କେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!