ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ତେରେସିଂହା ଚାମ୍ପିୟାନ

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯମୁନାପୁର ଗ୍ରାମର ଜୟ ଜଗନ୍ନାଥ କ୍ଳବ୍ ପକ୍ଷରୁ ହେଉଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି l ଉଦଯାପନୀ ମ୍ୟାଚର ଫାଇନାଲ ଖେଳ ତେରେସିଂହା ଓ ଶିରାବାହାଲ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଉଭୟ ଦଳ ପକ୍ଷରୁ ସଂଘର୍ଷ ପୂର୍ଣ୍ଣ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ରେ ତେରେସିଂହା ଦଳ ୩-୧ ଗୋଲରେ ବିଜୟୀ ହେବା ସହ ଚାମ୍ପିୟାନ ହୋଇଥିଲା l ଏହି ପୁରସ୍କାର ବିତରଣି ଉତ୍ସବରେ ନର୍ଲା ବିଧାୟକ ଭୂପିନ୍ଦ୍ର ସିଂ ମୁଖ୍ୟ ଅତିଥି, କର୍ଲାମୁଣ୍ଡା ‘ଖ’ ଜୋନ୍ ଜିଲ୍ଲା ପରିଷଦ ସଦସ୍ୟ ସୁରେଶ ଚୌଧୁରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏଥିରେ ଯମୁନାପୁରର ଜୟ ଜଗନ୍ନାଥ କ୍ଳବ୍ ସଦସ୍ୟ ମାନେ ସହଯୋଗ କରିଥିଲେ l 

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବରଫ ଝଡ଼ର ସାମ୍ନା କରି ହାଂପ୍ତା ପାସ ଅରୋହଣ କଲେ ଚବିଶି ଜଣ ଓଡ଼ିଆ

Sunil Chandra Nayak

ଅବକାରୀ ବିଭାଗ ଦ୍ୱାରା ସୁଦୃକୁମ୍ପା ଅଞ୍ଚଳ ରୁ ୮କୁଇଣ୍ଟାଲ ମହୁଲ ଫୁଲ ଜବତ

Sunil Chandra Nayak

ଜୁନାଗଡ଼ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!