ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି, ୫୫ ଟି ଅଭିଯୋଗ ର ସମାଧାନ କଲେ ଜିଲ୍ଲାପାଳ

ଡାବୁଗାଁ, ୧୭/୧୦ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟର ଅଭିଯୋଗ ପ୍ରକୋଷ୍ଠରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ସୋମବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଜିଲ୍ଲାପାଳ ଡ. କମଳ ଲୋଚନ ମିଶ୍ର ଙ୍କ ଦ୍ଵାରା ୫୫ ଟି ଅଭିଯୋଗ ର ଶୁଣାଣି କରି ତାର ସମାଧାନ ନିମନ୍ତେ ଜିଲ୍ଲାର ଯେଉଁ ବିଭାଗର ଅଭିଯୋଗ ସେହି ବିଭାଗ ଅଧିକାରୀଙ୍କୁ ସମାଧାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ୫୫ ଟି ଅଭିଯୋଗ ମଧ୍ୟରୁ ୩୭ ଟି ଅଭିଯୋଗ ବ୍ୟକ୍ତିଗତ, ୧୮ ଟି ଅଭିଯୋଗ ଗୋଷ୍ଠୀଗତ ହୋଇ ଥିବା ବେଳେ ଗିର୍ଲା, କୁସୁମବନ୍ଧ ଓ ବି.କାମତା ଗ୍ରାମର ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଚିଚିବାଇ ଗ୍ରାମାଠାରୁ ମନ୍ଦିର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ, ସନ୍ଧିଡଙ୍ଗରୀ ଜଳସେଚନ ପାଇଁ ପାଣି ମଟର ଲଗାଇବା, ଭରତଗୁଡା ଗ୍ରାମରେ ନଳକୂପ ଖନନ, ସାଇରାମ ଏସଏଚଜିକୁ ଆଶ୍ରମ ବିଦ୍ୟାଳୟ ଗୁଡିକୁ ବିଭିନ୍ନ ସାମଗ୍ରୀ ଯୋଗାଣ ପାଇଁ ଅନୁମତି ପ୍ରଦାନ କରିବା, ମେଦନା ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ବୋରିଗାଁ ନାମ ବଦଳାଇ ମେଦନା ରଖିବା, ମାଳିଗୁଡା ଓ ବାଉଁଶବେଡା ଗ୍ରାମ ବିଦ୍ୟାଳୟ ଗୃହ ନିର୍ମାଣ, ଡ଼ଙ୍ଗରିଗୁଡା ରାଜସ୍ୱ ଗ୍ରାମରେ ଥିବା ଦେଶୀ ମଦ ଭାଟି ବନ୍ଦ , ମଦ ଭାଟିରୁ ବିଭିନ୍ନ ଗ୍ରାମରେ ଘରେ ଘରେ ନେଇ ମଦ ବିକ୍ରି କରୁଛି ତାହା ବନ୍ଦ କରିବା, ବଡଓଲମା ଗ୍ରାମରେ ପାନୀୟଜଳ ସମସ୍ୟା, ରାସ୍ତା ନିର୍ମାଣ ଓ ପ୍ରାଣୀ ନିରିକ୍ଷକ ନିଯୁକ୍ତି ଦେବା, ସାଇତିଗୁଡା ଓ ଯାଦବଗୁଡା ଗ୍ରାମରୁ ମୁଖ୍ୟ ରାସ୍ତାକୁ ସଂଯୋଗକରିବା ପିନ ରାସ୍ତା ନିର୍ମାଣ ଓ ଡାବୁଗାଁ ଟିକିରାଗୁଡା ଗ୍ରାମରେ ଏଲଆଇ ପଏଣ୍ଟ ସ୍ଥାପନ କରିବା ଆଦି ମୁଖ୍ୟ ସମସ୍ୟା ରହି ଥିବା ବେଳେ ଦିବ୍ୟାଙ୍ଗ ୨ଜଣ ଙ୍କୁ ଟ୍ରାଇ ସାଇକେଲ, ଆଦିତ୍ୟ ରଞ୍ଜନ ସ୍ଵାଇଁ, ପ୍ରହ୍ଲାଦ ପନକା ଓ ଅର୍ଜୁନ ଭତ୍ରା ଓ ସନମତି ଜାନୀ ଙ୍କୁ ଭିନ୍ନକ୍ଷମ ବିବାହ ସହାୟତା ଯୋଜନାରେ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ, ୨ ଜଣଙ୍କୁ ତୃତୀୟ ଲିଙ୍ଗୀ ପ୍ରମାଣପତ୍ର ଲୋକପ୍ରିୟ ଜିଲ୍ଲାପାଳ ଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା | ଏଥିରେ ଜିଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ, ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ କାଳିପ୍ରସାଦ ବେହେରା, ଜିଲ୍ଲା ନିଯୋଜନ ଅଧିକାରୀ ତତ୍ଵମସି ମହାପାତ୍ର, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର , ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକ ବେଣୁଧର ଶବର, ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ଵର୍ଣ୍ଣଲତା ବିଶ୍ଵାସ, ଜିଲା ପଞ୍ଚାୟତ ଅଧିକାରୀ ଶିଶିର କୁମାର ପାଣି, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ଜିଲା ମତ୍ସ୍ୟ ଅଧିକାରୀ ଜି. ଜଗଦୀଶ ରାଓ, ଜିଲା ଯୋଗାଣ ଅଧିକାରୀ ସଞ୍ଜୀବ ସାହୁ, ଜିଲା ଉଦ୍ୟାନ ଅଧିକାରୀ ପ୍ରଦୋଷ କୁମାର ପଣ୍ଡା, ଡାବୁଗାଁ ବିଡିଓ ଶରତ ମାଝି, ତହସିଲଦାର କୃଷ୍ଣ ଚନ୍ଦ୍ର ଦାସ, ସିଡିପିଓ ଗୀତାଞ୍ଜଳି ମହାରଣା, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହରେକୃଷ୍ଣ ରାଉତ, ଭାରପ୍ରାପ୍ତ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ସାରସ୍ଵତ ସାହୁ, ଆଇଆଇସି ପ୍ରମୋଦ କୁମାର ନାୟକ ଓ ଜିଲା ଏବଂ ବ୍ଲକର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବିଧବା ମହିଳାଙ୍କ ଉପରେ ୪ ସଦସ୍ୟଙ୍କ ବୋଝ ,ଘର ନାହିଁ ୫ କେଜି ଚାଉଳରେ ବିତୁଛି ଜୀବନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ରିଷିଡା କପ ଫୁଟବଲ: ସିଆଲି ସୋନପୁର କୁ ହରାଇ ତୁଷୁରା ଫାଇନାଲରେ 

Sunil Chandra Nayak

Leave a Comment

error: Content is protected !!